Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କରୋନାର ନୂତନ ସଂକ୍ରମଣରେ ବୋରିସ୍ ଜନସନଙ୍କ ଯାତ୍ରା ଉପରେ ସଂଶୟ, କେନ୍ଦ୍ର କହିଲା- ଚିନ୍ତା କରିବାର ଆବଶ୍ୟକତା ନାହିଁ

21/12/2020 at 7:27 PM

ନୂଆଦିଲ୍ଲୀ ୨୧।୧୨: ଇଂଲଣ୍ଡରେ କରୋନା ଭାଇରସ୍‌ର ନୂତନ ରୂପ ଦୁନିଆର ଚିନ୍ତାକୁ ବଢାଇ ଦେଇଛି। ଦୁନିଆର ଅନ୍ୟ ଦେଶକୁ ନିଜକୁ ଏଥିରୁ ବଞ୍ଚାଇବା ପାଇଁ ଧିରେ ଧିରେ ବ୍ରିଟେନ୍‌ ପାଇଁ ନିଜର ବିମାନ ସେବା ବାତିଲ କରିବାରେ ଲାଗିଛନ୍ତି। ଭାରତ ମଧ୍ୟ କରୋନାର ନୂତନ ରୂପକୁ ନେଇ ସତର୍କ ହୋଇ ଉଠିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଆମେ ସଂପୂର୍ଣ୍ଣ ଭାବେ ସତର୍କ ଅଛୁ। ଲୋକଙ୍କ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଭାରତ ମଧ୍ୟ ବ୍ରିଟେନ୍‌ର ଏହି ନୂତନ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଡିସେମ୍ବର ୨୨ରୁ ୩୧ ପର୍ଯ୍ୟନ୍ତ ବ୍ରିଟେନ୍‌ର ବିମାନ ଯାତାୟାତ ଉପରେ ରୋକ୍ ଲଗାଇଛି।

କରୋନାର ନୂତନ ରୂପ କାରଣରୁ ଦୁନିଆର ଅନ୍ୟ ଦେଶ ସହିତ ବ୍ରିଟେନ୍‌ର ଯୋଗାଯୋଗ କଟି ଚାଲିଛି।  ବିମାନ ସେବା ବନ୍ଦ ରହିଛି। ଅନ୍ୟପଟେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ  ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବେ ସାମିଲ ହେବାର ଅଛି। ଏବେ ତାଙ୍କର ଭାରତ ଯାତ୍ରାକୁ ନେଇ ସଙ୍କଟର ବାଦଲ ଛାଇ ଯାଇଛି। ହେଲେ ଅଦ୍ୟାବଧି ଦୁଇ ଦେଶର ସରକାରଙ୍କ ପକ୍ଷରୁ କୌଣସି  ପ୍ରତିକ୍ରିୟା ଆସିନାହିଁ।

ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ ଓ ଇଟାଲୀ ବ୍ରିଟେନ୍‌ର ଯାତ୍ରା ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛନ୍ତି। ବ୍ରିଟେନ୍‌ର କହିବା କଥା ଏହି ନୂତନ କରୋନା କାରଣରୁ ଦେଶରେ ସଂକ୍ରମଣ ମାମଲା  ବଢିଛି। ଫ୍ରାନ୍ସ ରବିବାର ରାତି ପରଠୁ ୪୮ ଘଣ୍ଟା ପାଇଁ ବ୍ରିଟେନ୍‌ରୁ ସମସ୍ତ ପ୍ରକାରର ଯାତ୍ରା ଉପରେ ରୋକ୍ ଲଗାଇଛି। ଅନ୍ୟପଟେ ଜର୍ମାନୀ ସରକାର କହିଛନ୍ତି ଯେ, ତାଙ୍କ ଦେଶ ବ୍ରିଟେନରୁ ଆସୁଥିବା ସମସ୍ତ ଉଡାଣ ଉପରେ ରୋକ୍ ଲଗାଇଛି।

   Related Posts