Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୩ ବର୍ଷ ହେଲାଣି ପ୍ରତ୍ୟାହାର ହେଉନି ନିଲମ୍ବନ ଆଦେଶ, ପରିବାର ସହ ଧାରଣାରେ ବସିଲେ ପିଅନ

17/05/2021 at 2:57 PM

ଭଦ୍ରକ ୧୭।୫: ସାକ୍ଷାତକାର ପରେ ସେବା ସମବାୟ ସମିତିରେ ପିଅନ ଭାବେ ନିଯୁକ୍ତି ପାଇଥିଲେ । ୨୦୦୦ ମସିହା ଅପ୍ରେଲ ମାସରୁ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୨୦୧୮ ମସିହା ଜୁଲାଇ ମାସ ୯ ତାରିଖରେ ତାଙ୍କୁ ନିଲମ୍ବିତ କରିବା ପରେ  ଜୁଲାଇ ୧୮ରେ ତାଙ୍କୁ ନିଲମ୍ବନ ଆଦେଶ ମିଳିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲାନାହିଁ । ନିଲମ୍ବିତ ପିଅନ ଏବେ ନିଜ ପରିବାର ସହ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ସ୍ଥିତ ଶୁଭଦିଆ ଗାଁର ରମେଶ ଚନ୍ଦ୍ର ବାରିକ ଯଶୀପୁର ସେବା ସମବାୟ ସମିତିରେ ପିଅନ ଭାବେ ୨୦୦୦ ମସିହାରୁ କାର୍ଯ୍ୟ କରୁଥିଲେ । କିନ୍ତୁ ତାଙ୍କୁ ତତ୍କାଳୀନ ସମବାୟ ସମିତି ସଭାପତି ବିନା କାରଣରେ ନିଲମ୍ବିତ କରିବା ସହ ନିଲମ୍ବନର ମାସେ ପରେ ନିଲମ୍ବନ ଆଦେଶ ପଠାଇଥିଲେ । ତେବେ୨୦୧୮ ମସିହାରୁ ଏବେ ପର୍ଯ୍ୟନ୍ତ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଉନାହିଁ । ଏ ନେଇ ରମେଶ ଉପରିସ୍ଥ ଅଧିକାରୀଙ୍କଠାରୁ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନିଜ ପରିବାର ସହ ସେବା ସମବାୟ ସମିତିର ଭଦ୍ରକ ସର୍କଲ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ପରିବାର ସହ ବସିବେ ବୋଲି ସୂଚନା ଦେଇଛନ୍ତି । ନିଖିଳ ଓଡିଶା ସମବାୟ କର୍ମଚାରୀ ମହାସଂଘର ସଭାପତି କହିଛନ୍ତି ନିଲମ୍ବନ ହଟାଇବା ସହ ବକେୟା ପାଉଣା ନଦେଲେ ସଂଘ ତରଫରୁ ଆନ୍ଦୋଳନ କରାଯିବ ।

   Related Posts