Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ଜିଏସପିରୁ ଭାରତକୁ ବାଦ ଦେଲା ଆମେରିକା, ଜୁନ ୫ରୁ ଆଉ ମିଳିବନି ଆମଦାନୀ ଶୁଳ୍କ ରିହାତି

1/06/2019 at 5:24 PM

ନୂଆଦିଲ୍ଲୀ ୬।୫: ଆମେରିକାକୁ ଉତ୍ପାଦ ରପ୍ତାନୀ ନିମନ୍ତେ ଭାରତକୁ ମିଳୁଥିବା ଜେନେରାଲାଇଜଡ୍ ସିଷ୍ଟମ ଅଫ ପ୍ରିଫରେନସେଜ୍ ଜିଏସପି ସୁବିଧା ଆଉ ମିଳବନି। ଏଥିପାଇଁ ଟ୍ରମ୍ଫ ପ୍ରଶାସନ ଜାରି କରିଥିବା ୬୦ ଦିନିଆ ନୋଟିସର ଅବଧି ପୁରଣ ହୋଇଥିବା ବେଳେ ଭାରତ ପକ୍ଷରୁ ଏ ନେଇ ଆମେରିକାକୁ କୌଣସି ଜବାବ ଦିଆଯାଇନାହିଁ । ଏଣୁ ଆମେରିକାରେ ଭାରତଈୟ ଉତ୍ପାଦକୁ ମିଳୁଥିବା ଶୁଳ୍କ ସୁବିଧା ଜୁନ ୫ ତାରିଖରୁ ସମାପ୍ତ କରିଦିଆଯିବ ବୋଲି ପ୍ରଶାସନ ଘୋଷଣା କରିଛି ।

ବାଣିଜ୍ୟ ପାଇଁ ବିକାଶଶୀଳ ଦେଶମାନଙ୍କୁ ଆମେରିକା ଦେଉଥିବା ସୁବିଧା ମଧ୍ୟରେ ଜିଏସପି ଅନ୍ୟତମ। ଏଥିରେ ଆମେରିକା ବିଶ୍ବର  ବିଭିନ୍ନ ଦେଶରୁ ଆମଦାନୀ କରୁଥିବା ଉତ୍ପାଦ ପାଇଁ ସେମାନଙ୍କଠାରୁ ଶୁଳ୍କ ଅସୁଲ କରୁନଥଲା। ବିକାଶଶୀଳ ରାଷ୍ଟ୍ରଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ୧୯୭୬ ମସିହାରୁ ଆମେରିକା ଏହି ସୁବିଧା ପ୍ରଦାନ କରିଆସୁଥିବା ବେଳେ  ମାନ୍ୟତାପ୍ରାପ୍ତ ଦେଶଙ୍କ ହଜାର ହଜାର ଉତ୍ପାଦ ବିନାଶୁଳ୍କରେ ରପ୍ତାନୀ ସୁବିଧା ପାଉଛନ୍ତି। ଭାରତ ସମେତ ବିଶ୍ବର ୧୨୯ଟି ଦେଶର ୪ହଜାର ୮ଶହ ପ୍ରକାର ସାମଗ୍ରୀକୁ ଜିଏସିପର ଲାଭ ମିଳୁଛି।

ଗତ ୨୦୧୭ ମସିହାରେ ଭାରତ ଜିଏସପି ସୁବିଧାର ସବୁଠାରୁ ବଡ ଲାଭାର୍ଥି ହୋଇପାରିଥିଲା। ଏହି ସମୟରେ ଭାରତ ପ୍ରାୟ ୪୦ ହଜାର କୋଟି ଟଙ୍କାର ଶୁଳ୍କ ରିହାତି ପାଇଥିଲା।  ତେବେ ଗତ ମାର୍ଚ୍ଚ ୪ ତାରିଖରେ ଆମେରିକା ଭାରତ ସମେତ କେତେକ ଦେଶଙ୍କୁ ବାଣିଜ୍ୟରେ ଦେଉଥିବା ପ୍ରାଥମିକତା ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହ ନୋଟିସ ଜାରି କରିଥିଲା। ହେଲେ ନୋଟିସ୍ ଅବଧିରେ ଭାରତ ସନ୍ତୋଷଜନକ ଉତର ଦେଇ ନଥିବାରୁ ନୋଟିସ ଅନୁସାରେ ଜୁନ ୫ରୁ ଭାରତକୁ ଆଉ ଆମେରିକା ଶୁଳ୍କ ସୁବିଧା ପ୍ରଦାନ କରିପାରିବ ନାହିଁ ବୋଲି ଟ୍ରମ୍ଫ ପ୍ରଶାସନ ଘୋଷଣା କରିଛନ୍ତି ।

ତେବେ ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ଜବାବ ରଖିଥିଲା ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ। ହେଲେ ଆମେରିକା ଏହାକୁ ସ୍ବୀକାର କରିନଥିବା ଅଧିକାରୀ କହିଛନ୍ତି । କିନ୍ତୁ ପ୍ରସଙ୍ଗରେ ଭାରତ ସହ ଆଲୋଚନା ପାଇଁ ଆମେରିକା ଆଗ୍ରହୀ ଥିବା ଜଣପଡିଛି । ଏଣୁ ମୋଦି ସରକାରଙ୍କ ଦ୍ବିତିୟପାଳିରେ ଭାରତ-ଆମେରିକା ସମ୍ପର୍କ କିପରି ରହିବ ତାହା ଆଗାମୀ ଦିନରେ ଜଣାପଡିବ।  

   Related Posts