ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରିଥିବା ଆଇଏଏସ୍ ଅଫିସରଙ୍କ ନିଲମ୍ବନ ଉପରେ ଲାଗିଲା ସିଏଟିଙ୍କ ରୋକ

Published By : Prameya-News7 Bureau | April 25, 2019 IST

ନୂଆଦିଲ୍ଲୀ ୨୫।୪:  ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରିଥିବା ଆଇଏଏସ୍ ଅଫିସର ମହମ୍ମଦ ମହସିନଙ୍କ ନିଲମ୍ବନ ନିର୍ଦ୍ଦେଶ ଉପରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ ସିଏଟି ରହିତାଦେଶ ଜାରି କରିଛନ୍ତି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ପାଇଁ ସମ୍ବଲପୁର ଗସ୍ତରେ ଥିବା ବେଳେ ମୁଖ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମୋହମ୍ମଦ ମୋହସିନ ତାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ। ତେବେ ଏସପିଜି ସୁରକ୍ଷା ପ୍ରାପ୍ତ ନେତାଙ୍କ ପାଇଁ ନିୟମ କୋହଳ ହୋଇଥିବା ଦର୍ଶାଇ ଏଭଳି ଯାଞ୍ଚକୁ ଉଲ୍ଲଂଘନ ଉଲ୍ଲେଖ କରି ନିର୍ବାଚନ କମିଶନ ମୋହସିନଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ। ଏହି ମାମଲାର ପରବର୍ତ୍ତି ଶୁଣାଣି ଜୁନ ୩ ତାରିଖରେ ହେବ।

{"id":107383}

ତେବେ ନିର୍ବାଚନ ଆୟୋଗଙ୍କ ଏଭଳି ପଦକ୍ଷେପକୁ ସେତେବେଳେ ବିରୋଧୀ ଦଳମାନେ ତୀବ୍ର ସମାଲୋଚନା କରିବା ସହ ନିର୍ବାଚନ ବେଳେ କାହାକୁ  ଯାଞ୍ଚକରାଯିବନି ଏଭଳି କୌଣସି ନିୟମ ନାହିଁ ବୋଲି କହିଥିଲେ। ତେବେ  ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଯାଞ୍ଚ ଯୋଗୁ ସେଦିନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ୧୫ ମିନିଟ ବିଳମ୍ବ ହୋଇଥିଲା।

{"id":107384,"width":584,"height":267}

ଏଣୁ ନିର୍ବାଚନ କମିଶନ ମୋହସିନଙ୍କ ବିରୋଧରେ ଆଦେଶର ଅବହେଳା ଓ ଡ୍ୟୁଟି ବେଳେ ନିର୍ଦ୍ଦେଶକୁ ଉପେକ୍ଷା ଅଭିଯୋଗ ଆଣିବା ସହ ନିଲମ୍ବନ କରିଥିବାରୁ ସେ  ନିର୍ଦ୍ଦେଶ ବିରୋଧରେ ସିଏଟି ଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ସିଏଟି ସିଇସିଙ୍କ ନିଲମ୍ବନ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ମହମ୍ମଦ ମହସିନ ୧୯୯୬ ବ୍ୟାଚ୍ ର କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ଅଫିସର । ଘଟଣା ପରେ ନିର୍ବାଚନ କମିଶନ ମୋହସିନଙ୍କୁ ନିଲମ୍ବନ କରିବା ସହ କର୍ଣ୍ଣାଟକ ପଠାଇଦେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.