Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଚିନ୍ତା ବଢାଉଛି କରୋନାର ନୂଆ ରୂପ, ସଜାଗ ହେଲେ ସରକାର ; ଜାନୁଆରୀ ୭ ତାରିଖ ଯାଏଁ ବ୍ରିଟେନ୍‌କୁ ବିମାନ ସେବା ବନ୍ଦ

30/12/2020 at 12:04 PM

ନୂଆଦିଲ୍ଲୀ ୩୦।୧୨: ସାରାବିଶ୍ୱରେ କୋଭିଡ-୧୯ ମହାମାରୀ ପରେ ବ୍ରିଟେନ୍‌ରୁ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ସୃଷ୍ଟି କରିଛି ଭୟ । ବ୍ରିଟେନରୁ ଆସିଥିବା ନୂଆ କରୋନା ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ଠାରେ ନୂଆ କରୋନା ଷ୍ଟ୍ରେନ୍ ଚିହ୍ନଟ ହେଲାଣି। ଯାହାକୁ ଦୃଷ୍ଟିରେ ରଖି ଜାନୁଆରି ୭ ତାରିଖ ଯାଏଁ ୟୁକେକୁ ବିମାନ ସେବା ବନ୍ଦ କରାଯାଇଛି । ୟୁକେକୁ ବିମାନ କିମ୍ବା ୟୁକେରୁ ଭାରତ ଉଡିବନି କୌଣସି ବିମାନ । ୟୁକେର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଭାରତ ଓ ବ୍ରିଟେନ୍ ମଧ୍ୟରେ ଆଉ କିଛି ସମୟ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅସ୍ଥାୟୀ ଭାବେ ୭ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଗାମୀ ଦିନରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଯାହାକୁ ଖୁବ୍‌ଶୀଘ୍ର ଜଣାଇଦିଆଯିବ ।  

ବ୍ରିଟେନ୍‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ର ମାମଲା ଭାରତ ବଢିବାରରେ ଦେଖାଦେଇଛି । ବର୍ତ୍ତମାନ ଯାଏଁ ୨୦ ବ୍ରିଟେନ୍‌ ଫେରନ୍ତା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୬ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ କିଛି ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଏହି ସଂଖ୍ୟା ୨୦ରେ ପହଞ୍ଚିଛି ।

କେନ୍ଦ୍ର ସରକାର ୨୫ ନଭେମ୍ବରରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ଯେଉଁମାନେ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି । ସମସ୍ତଙ୍କ ଆରଟି-ପିସିଆର୍‌ ଟେଷ୍ଟ କରିବାକୁ ପାଇଁ ନିଷ୍ପତ୍ତି ନିଆଯାଇଛି । ପଜିଟିଭ୍‌ ଆସିବା ପରେ ତାଙ୍କ ଜିନୋମ  ସିକ୍ୟୁଏସିଙ୍ଗ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟେଷ୍ଟରେ ସେମାନେ କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହେବ । ଏପିରିକ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି,ସ୍ୱୀଡେନ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡ଼ା, ଜାପାନ, ଲେବନାମ, ସିଙ୍ଗାପୁରରୁ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେଉଥିବା ଖବର ଆସିଛି ।

   Related Posts