ଭୁବନେଶ୍ଵର;୨୮/୦୮ -ରହସ୍ୟ ଘେରରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ରଥଙ୍କ ମୃତ୍ୟୁ ଘଟଣା । ଡାକ୍ତରଙ୍କ ଛାତି ମାଡ ହୋଇଥିବା ବେଳେ ପଞ୍ଜରା ହାଡ ଭାଙ୍ଗି ଯାଇଛି । ଏଥି ସହ ହୃଦଘାତ ମଧ୍ୟ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଦର୍ଶାଯାଇଛି । ତାଙ୍କ ମୁଣ୍ଡରେ ବି ଗଭୀର ଆଘାତ ଲାଗିଥିବା ପୋଲିସକୁ ହସ୍ତଗତ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି । ପୂର୍ବରୁ ବିଏମ୍ ସିର ଜଣେ କର୍ମଚାରୀ ଏବଂ ତାଙ୍କ ପତ୍ନୀଙ୍କୁ ପୋଲିସ ପଚରା ଉଚରା କରିଥିବା ବେଳେ ଆଜି ବି କିଛି ଲୋକଙ୍କୁ ଡାକି ଜେରା କରାଯାଉଛି । ଗତ ୨୪ ତାରିଖ ରାତିରେ ଭୁବନେଶ୍ବର ୧ ନମ୍ବର ପ୍ଲାଟଫର୍ମରୁ ଡାକ୍ତର ରବୀନ୍ଦ୍ର ନାଥ ରଥଙ୍କ ମୃତଦେହ ମିଳିଥିଲା ।