Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ରାଜସ୍ଥାନ ଓ ଛତିଶଗଡରେ ଛିଡୁନି ଅଙ୍କ ; ଆଜି ଘୋଷଣା ହୋଇପାରନ୍ତି ନୂଆ ମୁଖିଆ

14/12/2018 at 11:34 AM

ନୂଆଦିଲ୍ଲୀ ୧୪|୧୨:  ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଏବେବି ସସପେନ୍ସ ଲାଗିରହିଛି। ଏନେଇ ଦିଲ୍ଲୀ କସରତ ସତ୍ତ୍ବେ କୌଣସି ନାମ ଘୋଷଣା କରାଯାଇ ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀପଦ ପାଇଁ ଆଜି ନାଁ ଘୋଷଣା ହୋଇପାରେ । ତେବେ ବରିଷ୍ଠ ନେତା ଅଶୋକ ଗେହଲଟ୍  ଏବଂ ଯୁବା ନେତା ସଚିନ ପାଇଲଟ୍ ଙ୍କ ସମର୍ଥକମାନେ ରାଜ୍ୟରେମୁହାଁମୁହିଁ ହେବା ସହ ରାସ୍ତାକୁ ଓହ୍ଲାଇଥିବାରୁ ବିବାଦ ବଢ଼ିବାରେ ଲାଗିଛି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀକାହାକୁ କରାଯିବ, ସେ ନେଇ ରାହୁଲ କୌଣସି ସିଦ୍ଧାନ୍ତରେ ପହଞ୍ଚି ନପାରିବାରୁ ଶେଷରେ  ଗେହଲଟ୍ ଓ ପାଇଲଟ୍ ଙ୍କୁ ଦିଲ୍ଲୀ ଡକାଇଥିଲେ। ଉଭୟଙ୍କ ସହ ଦିନସାରା ଆଲୋଚନା କରିଥିଲେ। ୟୁପିଏ ଅଧ୍ୟକ୍ଷା  ସୋନିଆ ଗାନ୍ଧି ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ସଚିନ ପାଇଲଟ୍  ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କୁଭେଟିଥିଲେ । ଉଭୟଙ୍କ ମଧ୍ୟ ରେ ବିଚାରବିମର୍ଶ ହୋଇଥିଲା । ମନମୋହନ ସିଂହ ସରକାରରେ ମନ୍ତ୍ରୀ ରହିଥିବାସଚିନ୍  ପାଇଲଟ୍  ରାଜସ୍ଥାନ ବିଧାନସଭା ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକାଗ୍ରହଣ କରିଥିଲେ। ରାଜ୍ୟରେ ଦଳକୁ ପୁନର୍ଗଠିତ କରାଇବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା ।  ରାଜ୍ୟର ୯୯ ପ୍ରତିଶତ କଂଗ୍ରେସ ବିଧାୟକ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀଭାବେ ଦେଖିବାକୁ ଚାହାନ୍ତି  ବୋଲି ପାଇଲଟ୍ ଦାବି କରିଛନ୍ତି।

ସେପଟେ ଅଶୋକ ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀକରିବା ପାଇଁ କିଛି ବରିଷ୍ଠ ନେତା ଯୁକ୍ତି ବାଢୁଛନ୍ତି । ୨୦୧୯ ନିର୍ବାଚନ ତାଙ୍କ ଅଧୀନରେ ଲଢିଲେଦଳକୁ ଫାଇଦା ମିଳିବ ବୋଲି ଯୁକ୍ତି ରଖୁଛନ୍ତି । ଆପସ୍ ଜରିଆରେ ରାହୁଲ ଗାନ୍ଧୀ ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମତ ସଂଗ୍ରହ କରିବା ସହ ନବନିର୍ବାଚିତବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ଲଗାତର ଆଲୋଚନା କରିଛନ୍ତି । ତେବେ ଅଭିଜ୍ଞ ଏବଂ ଯୁବା ନେତୃତ୍ବଭିତରେ ପେଚ ଫଶିଥିବାରୁ ସମାଧାନର ବାଟ ସହଜରେ ବାହାରି ପାରୁନି ।

ଏପଟେ ଛତିଶଗଡ଼ରେ କାହାକୁ ମୁଖ୍ୟମନ୍ତ୍ରୀକରାଯିବ ତାହା ମଧ୍ୟ ଆଜି ସ୍ଥିର ହେବାର ସମ୍ଭାବନା ରହିଛି । ଏଥିରେ ରାଜ୍ୟର ଦୁଇ ଜଣ ବରିଷ୍ଠ ନେତାଭୂପେଶ ବାଘେଲ ଏବଂ ସିଂହଦେଓଙ୍କୁ ଦିଲ୍ଲୀ ଡକାଯାଇଛି। ସେମାନଙ୍କ ସହିତ ରାହୁଲ ଗାନ୍ଧି ବିଚାର ଆଲୋଚନାକରିବେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ।

   Related Posts