Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଏମାର ମଠ ଉଚ୍ଛେଦ ଜାରି : ମଠରେ ରହସ୍ୟଜନକ ଅମାର ଘରକୁ ନେଇ ବଢ଼ୁଛି ସସପେନ୍ସ, ରହୁଥିବା କୋଠରୀକୁ ନ ଭାଙ୍ଗିବାକୁ ଜିଦ୍ ରେ ଅଟଳ ମହନ୍ତ

30/08/2019 at 10:38 AM

ପୁରୀ ୩୦୮: ଏମାର ମଠ ଉଚ୍ଛେଦ ଚାଲିଛି । ମଠର ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଏମାର ମଠ ସଂମ୍ପୂର୍ଣ୍ଣ ଭାବେ ଭାଙ୍ଗିବାକୁ ସମୟ ଲାଗିବ । ତେବେ ମଠ ଜାଗାରେ ଅନେକ ଗୁପ୍ତ କୋଠରିର ସନ୍ଧାନ ମିଳିଛି । କେହି ଏହାକୁ ଗୁପ୍ତ ସୁଡ଼ଙ୍ଗ କହୁଥିବା ଦେଉଥିବା ବେଳେ ଆଉ କେହି ଏହାକୁ ମଠର ଧାନ କୋଠି କହୁଛନ୍ତି ।

ତେବେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାରୁ  ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟିପାରିନି ।  ଫଳରେ ଏନେଇ ଉତ୍କଣ୍ଠା ବଢିଯାଇଛି ।  ଉଚ୍ଛେଦ ବେଳେ ମାଟିମଣ୍ଡପ ସାହି ଦିଗରେ ମଠ ପରିସରରେ ଦେଖିବାକୁ ମିଳିଛି ୬ଟି ଖମାର ଘର ।

ପୁରାତନ ଖାଦ୍ୟ ଶସ୍ୟଭଣ୍ଡାର ନିର୍ମାଣ ଶୈଳୀରେ ନିର୍ମିତ ଏହି ଖମାରଗୁଡିକ ତିନି ତାଲା ବିଶିଷ୍ଟ । ଏଭିତରୁ ୩ଟି ଘର ଭଙ୍ଗାଯିବା ବେଳେ ଭୂତଳ ରାସ୍ତା ନେଇ ଚର୍ଚ୍ଚା ଉଠିଥିଲା । ଉପସ୍ଥିତ କର୍ମଚାରୀ କିଛି ବାଟ ଏହି ରାସ୍ତାରେ ଯିବା ପରେ ଚାରିଆଡ ଅନ୍ଧାର ଥିଲା । ସାଙ୍ଗରେ ସ୍ନେକ ହେଲପ ଲାଇନ୍ ସଦସ୍ୟ ଥିଲେ ମଧ୍ୟ କେହି ଭିତରକୁ ଯିବାକୁ ସାହସ କରିନଥିଲେ । ପ୍ରତି ଖମାର ଘରେ ରହିଛି ଦୁଇଟି ଜଳା କବାଟ । ଏସବୁ ଖମାର ଦୁର୍ଭିକ୍ଷ ବେଳେ ଖାଦ୍ୟ ଶସ୍ୟ ଯୋଗାଉଥିଲା ।

ମାଟିତଳେ ଆହୁରି ଅନେକ ଗୁପ୍ତ କୋଠରି ଥିବା ଦେଖିବାକୁ ମିଳିଛି । ସନ୍ଦେହରେ କିଛି କୋଠରିକୁ ପ୍ରଶାସନ ଜେସିବି ଲଗାଇ ଭାଙ୍ଗିଥିଲେ ବି ସେଥିରୁ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ। ତେବେ କିଛି କୋଠରି ଏଯାବତ ଭଙ୍ଗା ଯାଇନଥିବାରୁ ଏହା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଗୁପ୍ତ କୋଠରୀ ଅଧିକ ତଳକୁ ଲମ୍ବିଥିବା ଅନୁମାନ କରାଯାଉଛି । କେବଳ ମଠ ମହନ୍ତଙ୍କ କୋଠରି ଓ ଏହାର ପାଖ କିଛି କୋଠରି ବାକି ରହିଛି । ବାହାରେ ବୁଲଡୋଜର ଚାଲିଥିବା ବେଳେ ମଠ ଭିତରେ ବସି ରହିଛନ୍ତି ମଠ ମହନ୍ତ । ସେ ତାଙ୍କ ଜାଗାରୁ ଉଠୁ ନାହାନ୍ତି । ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି । ତେଣୁ ମହନ୍ତ ବସି ରହିଥିବା ଜାଗା ଭଙ୍ଗା ଗଲେ ଗୁପ୍ତଧନ  ମିଳିପାରେ ବୋଲି ସନ୍ଦେହ କରାଯାଉଛି ।

   Related Posts