ସରିଲା ବାଚସ୍ପତି ନିର୍ବାଚନ : ବିରୋଧୀ ଦଳ ନେତା ଚୟନକୁ ନେଇ ସସପେନ୍ସ

Published By : Prameya-News7 Bureau | June 02, 2019 IST

ଭୁବନେଶ୍ବର ୨/୬: କିଏ ହେବ ବିରୋଧୀ ଦଳ ନେତା ତାକୁ ନେଇ ବିଜେପିର ଲାଗିଛି ଦ୍ବନ୍ଦ୍ବ । ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି । ହେଲେ ଏ ପର୍ଯ୍ୟନ୍ତ ବିଜେପିର ସେ ପ୍ରକ୍ରିୟା ଆରମ୍ଭ ହେଇପାରିନାହିଁ । ଦିଲ୍ଲୀରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ସମସ୍ତ ନିର୍ବାଚିତ ସଦସ୍ୟ ଫେରିଲେ ପାର୍ଟିର ବିଧାୟକ ଦଳ ବୈଠକ ବସିବ । ହେଲେ ଏହା ପୂର୍ବରୁ ସମ୍ଭାବ୍ୟ ନାଁକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ରେସ୍ ରେ ସବୁଠାରୁ ଆଗରେ ରହିଛନ୍ତି ସମ୍ବଲପୁର ବିଧାୟକ ଭାବେ ନିର୍ବାଚିତ ଜୟନାରାୟଣ ମିଶ୍ର । ପୂର୍ବରୁ ୩ ଥର ବିଧାୟକ ହୋଇଛନ୍ତି, ମେଣ୍ଟ ଶାସନ ବେଳେ ମନ୍ତ୍ରୀ ବି ଥିଲେ ଜୟନାରାୟଣ । ବିଧାନସଭାର କାର୍ଯ୍ୟକ୍ରମକୁ ନେଇ ତାଙ୍କ ପାଖରେ ରହିଛି ଭରପୁର ଅଭିଜ୍ଞତା । ତେବେ ଏହି ପଦ ଲାଗି ଜୟନାରାୟଣଙ୍କ ସହ ଭବାନୀପାଟଣାର ବିଧାୟକ ଭାବେ ନିର୍ବାଚିତ ପ୍ରଦୀପ୍ତ କୁମାର ନାଏକଙ୍କ ଦାବିଦାରୀ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.