Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦୁର୍ଘଟଣା ନା ହତ୍ୟା ? ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ

29/10/2019 at 12:41 PM

ଉଦଳା ୨୯।୧୦: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମଙ୍ଗଳାଛକ ନିକଟରେ ଗତକାଲି ସକାଳେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ କପ୍ତିପଦା ଥାନା ବାଘମୁଣ୍ଡା ଗ୍ରାମର ଅଜୁ ନାଏକ । ଯୁବକଙ୍କ ମୃତ୍ୟୁ ପଛର କାରଣ ଦୁର୍ଘଟଣା କୁହାଯାଉଥିବା ବେଳେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଅଜୁ ନାଏକ ସେହି ରାସ୍ତାକୁ କିପରି ଆସିଲେ ତାହାର କାରଣ ଖୋଜିଲା ବେଳକୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଘମୁଣ୍ଡା ଗ୍ରାମର ଅଜୁ ନାଏକ ପ୍ରାୟ ୬ ମାସ ପୂର୍ବରୁ ଗ୍ରାମ ହାଟରୁ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରି ଆଣିଥିଲେ । ଯାହାକୁ ନେଇ ଗ୍ରାମରେ ଏକ ବୈଠକ ବସି ଅଜୁ ସାଇକେଲ ଚୋରି କରିଥିବା କାରଣରୁ ତାଙ୍କୁ ୬ ହଜାର ଟଙ୍କାର ଜରିମନା କରାଯାଇଥିଲା । ହେଲେ ସେ ୫ ହଜାର ଟଙ୍କା ଦେବାକୁ ସମର୍ଥ ହୋଇଥିଲେ । ବାକି ହଜାରେ ଟଙ୍କା ପ୍ରଦାନ କରି ନଥିବାରୁ ତାଙ୍କୁ ବାରମ୍ବାର ସ୍ଥାନୀୟ କିଛି ଲୋକେ ହତ୍ୟା ଧମକ ଦେଇ ଆସୁଥିଲେ ।

ଅନ୍ୟପଟେ ହଠାତ୍ ଅଜୁଙ୍କ ମୃତଦେହ ରାସ୍ତା ପାଖରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିବା ପରିବାର ଲୋକଙ୍କ ସନ୍ଦେହକୁ ଦୃଢୀଭୂତ କରିଛି । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଜୁଙ୍କ ସଂପର୍କୀୟ କହିଛନ୍ତି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ନେଇ ସ୍ପଷ୍ଟ ଜଣାପଡିବ । ।

   Related Posts