ଓମିକ୍ରନ୍‌ ଭୟ: ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ବଢ଼ିଲା ସସ୍‌ପେନ୍ସ, ଘରୋଇ ମ୍ୟାଚ୍‌ ସ୍ଥଗିତ କଲା ସିଏସ୍‌ଏ

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଲୀ ୦୨/୧୨: କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଭାରତରେ ମିଳିବା ପରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ଟିମ୍‌ର କିଛି ସଦସ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଘରୋଇ ମ୍ୟାଚ୍‌ ସ୍ଥଗିତ କରିଛି। ଏହାକୁ ନେଇ ଚଳିତ ମାସ ହେବାକୁ ଥିବା ଭାରତର ଆଫ୍ରିକା ଗସ୍ତକୁ ନେଇ ଚିନ୍ତା ଆହୁରି ବଢ଼ିଛି।

ଡିସେମ୍ବର ୧୭ ତାରିଖରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଏହାକୁ ନେଇ ବିସିସିଆଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ। ସିଏସ୍‌ଏ ଘରୋଇ ମ୍ୟାଚ୍‌ ସ୍ଥଗିତ କରିଥିବା ନେଇ ଘୋଷଣା କରିଛି। ଏପରିକି ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍‌ ଆରମ୍ଭ ହେବା ପୂର୍ବରୁ କରାଯାଇଥିବା କରୋନା ପରୀକ୍ଷାରେ କିଛି ଟିମ୍‌ ସଦସ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି। ଏହା ସହ ଖେଳ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଉଛି ସିଏସଏ।

କରୋନାର ସ୍ଥିତି ଉପରେ ବୋର୍ଡ ନଜର ରଖିଛି। ଅନ୍ୟପଟେ ଟିମ୍‌ ଇଣ୍ଡିଆର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଡିସେମ୍ବର ୮-୯ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଥିଲା। ଡିସେମ୍ବର ୧୭ ତାରିଖରେ ଜୋହନ୍ସବର୍ଗରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ସହ ସିରିଜ୍‌ ଆରମ୍ଭ ହେବାର ଅଛି। ପାଖାପାଖି ୭ ସପ୍ତାହରେ ଭାରତୀୟ କ୍ରିକେଟ ଟିମ୍‌ ୩ ଟେଷ୍ଟ, ୩ ଓ୍ବାନଡେ ଏବଂ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏହି ସବୁ ମ୍ୟାଚ୍‌ ୪ଟି ଭିନ୍ନ ଭିନ୍ନ ସହର ଜୋହାନ୍ସବର୍ଗ, ସେଞ୍ଚୁରିୟନ, ପାର୍ଲ ଏବଂ କେପଟାଉନ୍‌ରେ ଖେଳାଯିବ। କିନ୍ତୁ ଦକ୍ଷିଣ ଆଫ୍ରକାରୁ ଓମିକ୍ରନ୍‌ ଚେର ଭାରତ ପର୍ଯ୍ୟନ୍ତ ଲମ୍ବି ଆସିବା ପରେ ଏହି ସବୁ ମ୍ୟାଚ୍‌କୁ ନେଇ ଚିନ୍ତା ବୃଦ୍ଧିପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.