ପୋଲିସ ପତ୍ନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

Published By : Prameya-News7 Bureau | November 13, 2019 IST

ବ୍ରହ୍ମପୁର ୧୩।୧୧: ପୋଲିସ୍ କର୍ମଚାରୀଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ । ଅଭିଯୋଗ ଆସିଛି ବ୍ରହ୍ମପୁର ସଦର ଥାନା ଅଞ୍ଚଳରୁ । ମୃତକ ହେଲେ ସନିକା ଗମାଙ୍ଗ । ତେବେ ଶ୍ବଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ, ସନିକାଙ୍କ ବାପ ଘର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । 

{"id":183543,"sizeSlug":"large"}

ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କ ମୃତ୍ୟୁ । ବ୍ରହ୍ମପୁରରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମନୋଜ ରଇତଙ୍କ ପତ୍ନୀ ସନିକାଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ରିଜର୍ଭ ପୋଲିସ ଆମ୍ବପୁଆରେ କାର୍ଯ୍ୟରତ ମନୋଜଙ୍କ ପତ୍ନୀ  ସନିକାଙ୍କ ମୃତ୍ୟୁ ୧୦ ତାରିଖରେ ହୋଇଛି । ବେକରେ ରଶି ଲଗାଇ ସନିକା ଆତ୍ମହତ୍ୟା କରିଛି ବୋଲି ତାଙ୍କ ବାପ ଘରକୁ ଖବର ଦେଇଥିଲେ ଶ୍ବଶୁର ଘର ଲୋକେ । ତେବେ ଯୌତୁକ ପାଇଁ  ଝିଅକୁ ନିର୍ଯାତନା ଦିଆଯାଉଥିଲା । ଝିଅକୁ ସ୍ବାମୀ, ଶାଶୁ, ଶ୍ବଶୁର, ଦେଢ଼ଶୁର ସମସ୍ତେ ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସନିକାଙ୍କ ବାପ ଘର ଲୋକେ । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ । 

{"id":183544,"sizeSlug":"large"}

ତେବେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ବଶୁର ଘର ପରିବାବର୍ଗ। ଭାଇ ଏବଂ ବୋହୂ ମଧ୍ୟରେ ଝଗଡା ଲାଗୁଥିଲା। ତାହା ସାମାନ୍ୟ କଳହ। କିନ୍ତୁ ବୋହୂ ବୋଧେ ହୁଏ ରାଗରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛି ବୋଲି ଶ୍ବଶୁର ଘର ପରିବାରବର୍ଗ କହିଛନ୍ତି। ସେପଟେ ପୋଲିସ ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।

{"id":183545,"sizeSlug":"large"}

ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି । ଏବେ କେବଳ ଅପେକ୍ଷା ପୋଷ୍ଟମର୍ଟମ୍ ରିପୋର୍ଟକୁ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.