ମଠରେ ରହିଛି କି ଗୁପ୍ତ ସମ୍ପଦ- ସସପେନ୍ସ ଜାରି

Published By : Prameya-News7 Bureau | August 31, 2019 IST

ପୁରୀ ୩୧।୮-ଏମାର ମଠର ମୁଖ୍ୟ ଘର ଭାଙ୍ଗିବନି କି ରହସ୍ୟ ଉପରୁ ପରଦା ହଟିବନି। ଏମାର ମଠକୁ ନେଇ ଗଲା ୨ ଦିନ ହେଲା ଛକାପଞ୍ଝାର କିଛି ଏମିତି କ୍ଲାଇମାକ୍ସ ହେବାକୁ ଯାଉଛି । ବିଦ୍ଧିବଦ୍ଧ ଭାବେ ଏନେଇ ଘୋଷଣା ହୋଇନ ଥିଲେ ବି ମଠର ମନ୍ଦିର ସହ ମୁଖ୍ୟ ଘରକୁ ନଭାଙ୍ଗିବାକୁ ସ୍ଥିର ହୋଇଥିବା  ସୂଚନା ମିଳିଛି ।

{"id":151520}

ଏମାର ମଠ ଖଜାନା ସସପେନ୍ସରୁ ପରଦା ଉଠିବନି ବୋଲି ପ୍ରତୀୟମାନ ହେଉଛି । ସଫଳ ହେବ ମହନ୍ତଙ୍କ ଜିଦି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀ ଏମାର ମଠର ମୁଖ୍ୟ ଘରେ ବୁଲି ନପାରେ ବୁଲ୍ଡ଼ୋଜର। ଖୋଲା ଖୋଲି କେହି ଏକଥାକୁ ସ୍ପଷ୍ଟ କରୁନଥିଲେ ବି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବୁଲେଇ ବଙ୍କେଇ ଏଭଳି ସୂଚନା ଦେଉଛନ୍ତି ।

{"id":151525}

ଗଲା ୪ ଦିନ ଧରି ଚାଲିଥିବା ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଓ ପୁରୀ ପ୍ରଶାସନ ମଧ୍ୟର ଛାଇ ଆଲୁଅ ଖେଳରେ ଏମିତି କିଛି କ୍ଲାଇମାକ୍ସ ହେବାକୁ ଯାଉଛି। ମଠ ମନ୍ଦିର ସହ ମୁଖ୍ୟ କୋଠରୀକୁ ବି ନଭାଙ୍ଗି ଛାଡ଼ିଦେବ ପ୍ରଶାସନ। ତେବେ ମହନ୍ତ ଓ ପ୍ରଶାସନ ମଧ୍ୟରେ କୌଣସି ଚୁକ୍ତି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।  ସେପଟେ ମଠରୁ ମୁଖ୍ୟ ଘରୁ ବିଜଳି ଓ ପାଣି ଲାଇନ୍ କାଟି ଦେଇଛି ପ୍ରଶାସନ । 

{"id":151521}

ସୂଚନା ଅନୁସାରେ ମଉନ ବ୍ରତରେ ନାହାନ୍ତି ମହନ୍ତ। ନିଜ କୋଠରୀ ଭିତରେ ବସି ରହିଛନ୍ତି। ଆଉ ସେଇଠୁ ଥାଇ ପ୍ରଶାସନକୁ ବ୍ଲାକ୍ ମେଲିଂ କରିଛନ୍ତି। ଫୋନରେ ଜିଲ୍ଲା ପ୍ରଶାସନ ସହ ଘନ ଘନ ଆଲୋଚନା କରିଛନ୍ତି। ନିଜ ସ୍ଥିତି ଓ ଷ୍ଟ୍ରାଟେଜି ନେଇ ଏକାନ୍ତ ଅନୁଗତଙ୍କ ସହ ବୈଠକ ବି କରିଛନ୍ତି।

{"id":151524}

କଳେ ବଳେ କୌଶଳରେ ଏମାର ମଠର ରହସ୍ୟମୟ ଘରକୁ ବଞ୍ଚାଇ ଦେବାକୁ ପୁରା ଯୋଜନା ବଦ୍ଧ ଭାବେ ଗୋଟି ଚଳାଇଛନ୍ତି। ସେପଟେ ମଠର ମୁଖ୍ୟ ଘର ଚାରିପଟେ ପାଚେରୀ ବୁଲାଇ ବଗିଚା କରିବାକୁ ଫ୍ରେସ୍ ଯୋଜନା କରିଛି ପ୍ରଶାସନ। ପିଡ଼ବ୍ଲୁଡ଼ି ସୁପରିଟେଡ଼େଣ୍ଟ ଓ ଏନଏଚ୍ ଚିଫ୍ ଇଞ୍ଜିନିୟର ମଠ ଚାରିପାଖେ ମାପଚୁପ କରିଛନ୍ତି।                          

{"id":151522}

୨୦୧୧ ରେ ୫୨୨ ଖଣ୍ଡ ରୁପା ଇଟାକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଥିଲା ଏମାର ମଠ। ଦେଶର ଏକ ପ୍ରମୁଖ ଧନୀ ମଠ ଭାବେ ଏହା ପରିଗଣିତ। ଶ୍ରୀମନ୍ଦିର ଠାରୁ ୭୫ ମିଟର ଉଛେଦ ନିଷ୍ପତ୍ତି ଯୋଗୁଁ ଲଙ୍ଗୁଳି ମଠ ପରେ ସିଂହଦ୍ବାର ଆଗରେ ଥିବା ଏହି ମଠର ପାଳି ପଡ଼ିଥିଲା।

{"id":151523}

ପ୍ରଥମେ ମଠର ଅମାର ଘର ଓ ଲାଇବ୍ରେରୀକୁ ଉଛେଦ କରାଯାଇଥିଲା। ତେବେ ମୁଖ୍ୟ ଘରେ ହିଁ ଦୁର୍ମୁଲ୍ୟ ସମ୍ପତ୍ତି ଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ନଭାଙ୍ଗିବାକୁ ଜିଦି ଧରି ଭିତରେ ବସି ରହିଥିଲେ ମହନ୍ତ। ତେବେ ପ୍ରଶ୍ନ ଉଠୁଛି ଏମାର ମଠ ମହନ୍ତଙ୍କ ପରି ଅନ୍ୟ ମଠର ମହନ୍ତ ମାନେ ବି ଯଦି ଜିଦି ଧରିଲେ ତାହାଲେ ସେଗୁଡ଼ିକୁ ବି ପ୍ରଶାସନ ଛାଡ଼ିଦେବ କି ?

{"id":151526}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.