ଗ୍ରୀନ୍ ଜୋନରେ ବସ୍ ଗଡିବା ନିଷ୍ପତ୍ତି ଏବେବି ଝୁଲିଛି: ସ୍ୱତନ୍ତ୍ର ପ୍ୟାକେଜ୍ ସହ ବସ୍ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭଳି ବୀମା ଦାବି କରୁଛନ୍ତି ମାଲିକ ସଙ୍ଘ, ସେପଟେ ସରକାର ଆଶାବାଦୀ

Published By : Prameya-News7 Bureau | May 05, 2020 IST

ଭୁବନେଶ୍ୱର, ୦୫|୦୫:  ଗ୍ରୀନ ଜୋନରେ ଘରୋଇ ବସ୍‌ ଗଡ଼ିବା ନେଇ ରାଜ୍ୟ ସରକାର ଆଶାବାଦୀ ସେପଟେ କିନ୍ତୁ ବସ୍‌ ମାଲିକ ସଂଘ ନଛୋଡ଼ ବନ୍ଦା ।  ଅଧା ଯାତ୍ରୀରେ ବସ ଗଡ଼ାଇବାକୁ ରାଜି ନୁହନ୍ତି ବସ୍‌ ମାଲିକ। ସେପଟେ ମଙ୍ଗଳବାର ପୁଣି ଗୋଟିଏ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ।

{"id":265310,"width":699,"height":394,"sizeSlug":"large"}

ବସ୍‌ ମାଲିକ ମାନୁନାହାନ୍ତି ଏଣେ ରାଜ୍ୟ ସରକାର ଆଶା ବାନ୍ଧି ରହିଛନ୍ତି। ହେଲେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟରେ ବସ୍‌ ଚଳାଚଳ ଆରମ୍ଭ ହୋଇପାରିନାହିଁ। ବିଶେଷ କରି ଘରୋଇ ବସ୍‌ ଗୁଡ଼ିକ ଏବେବି ବସ୍‌ ଚଳାଇବାକୁ ଚାହୁଁନାହାନ୍ତି। ଗ୍ରୀନ ଜୋନରେ ବସ୍‌ ଚଳାଚଳ ପାଇଁ ସରକାର ଅନୁମତି ଦେଇଥିଲେ ହେଁ ଅଧା ଯାତ୍ରୀରେ ବସ୍‌ ଚଳାଇବାକୁ ରାଜି ହେଉନାହାନ୍ତି ଘରୋଇ ବସ୍‌ ମାଲିକମାନେ। ସରକାର ବସ୍‌ ମାଲିକଙ୍କ କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦେବା ସହିତ ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ଭଳି ବସ୍‌ କର୍ମଚାରୀଙ୍କ ପାଇଁ ମଧ୍ୟ ବୀମା ସୁବିଧା ଯୋଗାଇବା ଲାଗି ବସ୍‌ ମାଲିକ ସଂଘ ଦାବି କରିଛି।

ବସ୍‌ ମାଲିକମାନଙ୍କୁ ମନେଇବା ନେଇ ଆଶା ରଖିଛନ୍ତି ପରିବହନ ମନ୍ତ୍ରୀ।  ଗତକାଲି ଏବଂ ଆଜି ବିଭିନ୍ନ ପର୍ଯ୍ୟାୟରେ ବସ୍‌ ମାଲିକ ସଂଘ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି। ମାଲିକ ସଂଘ ଦେଇଥିବା ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ପରିବହନ ମନ୍ତ୍ରୀ। ବୀମା ସୁରକ୍ଷା ଦାବିକୁ ମନ୍ତ୍ରୀ ଗ୍ରହଣ କରିଥିବା ବେଳେ ଆର୍ଥିକ ପ୍ୟାକେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସେହିପରି ଗ୍ରୀନ ଜୋନରୁ ଗ୍ରୀନ ଭିତରେ ବସ୍‌ ଚଳାଚଳରେ ଯଦି ଅରେଞ୍ଜ ଓ ରେଡ୍‌ ଜୋନ ଆସେ ସେଭଳି କ୍ଷେତ୍ରରେ କଣ କରାଯିବ ସେନେଇ ବିଚାରବିମର୍ଶ ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

{"id":265311,"width":689,"height":461,"sizeSlug":"large"}

ସେପଟେ ସୁରଟରୁ ପ୍ରବାସୀଙ୍କୁ କେବଳ ଟ୍ରେନରେ ଆଣିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟ ସ୍ଥାନରୁ ବସ୍‌ରେ ଆସୁଥିବା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ଚେକ୍‌ ପଏଣ୍ଟରେ ଗାଡ଼ି ଚାଳକଙ୍କୁ ସତର୍କ ଓ ସଚେତନ କରାଯିବ ସହ ବେପରୁଆ ଗାଡି଼ ଚାଳକଙ୍କ ଉପରେ ନଜର ରଖାଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.