ନର୍ସ ନିହାରିକା ହତ୍ୟା ଘଟଣାରୁ ହଟୁନି ସସପେନ୍ସ -ଏବେ ଜଗତସିଂହପୁର ଉପକାରାଗାରରେ ହତ୍ୟାକାରୀ ରାଜା

Published By : Prameya-News7 Bureau | September 22, 2019 IST

କଟକ/ଜଗତସିଂହପୁର ୨୨।୦୯ - ରାଜା ହିଁ ନର୍ସ ନିହାରିକାଙ୍କ ହତ୍ୟାକାରୀ । ଗତ କାଲି ଜଗତସିଂପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଏକଥା ସ୍ପଷ୍ଟ କରିଥିଲେ । ହେଲେ ଏହି ହତ୍ୟାକାଣ୍ଡରେ ଏବେବି ଅନେକ ପ୍ରଶ୍ନ ଅସମାହିତ ହୋଇରହିଯାଇଛି । ପୋଲିସ ଏନେଇ କିଛି ସ୍ପଷ୍ଟ କରିନଥିବା ବେଳେ ଅପେକ୍ଷା ରହିଛି ଭିସେରା ରିପେ।ର୍ଟକୁ ।


ସେପଟେ ନର୍ସ ନିହାରିକା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜାର ଜାମିନ ନାମଞ୍ଜୁର ପରେ ତାକୁ ଜଗତସିଂହପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଗତସିଂହପୁର ଏସଡ଼ିଜେଏମଙ୍କ କୋର୍ଟ ରେ ହାଜର କରାଯାଇଥିଲା । ସେଠାରେ ତାର ଜାମିନୀ ନାମଞ୍ଜୁର ହେବାରୁ ତାକୁ ୧୪ ଦିନ ପର୍ଯ୍ୟନ୍ତ ଜଗତସିଂହପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ଅଧିକ ତଦନ୍ତ ନିମନ୍ତେ ବିରିଡି ପୋଲିସ ତାକୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଆସନ୍ତା କାଲି କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ଗତ ୨୦ତାରିଖ ଦିନ ରାଜା ବିରିଡି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଏକ ଅଜ୍ଞାନ୍ତ ସ୍ଥାନକୁ ନେଇ ଜେରା କରିଥିଲା ।


ରାଜା ହିଁ ନିଜେ ତାର ପ୍ରେମିକା ନିହାରିକାଙ୍କୁ ହତ୍ୟା କରିଥିବାର ପୋଲିସ ଆଗରେ ସ୍ବୀକାର କରିଥିବାର ଜଗତସିଂହପୁର ଏସପି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ. ଏବେ ବି ଅନେକ ଅସମାହିତ ପ୍ରଶ୍ନ ରହିଯାଇଛି । ଅଧିକ ତଦନ୍ତ ପାଇଁ ପୁଲିସ ରାଜାକୁ ରିମାଣ୍ଡରେ ନେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.