କେମିତି ହେବ ବାହାଘର ? ବରକୁ ମିଳୁନି ଟ୍ରେନ ଟିକେଟ, କ୍ୱାରେଣ୍ଟାଇନରେ କନିଆଁ

Published By : Prameya-News7 Bureau | April 22, 2021 IST

ଲକ୍ଷ୍ନୌ ୨୨। ୦୪ : ଆଉ ଦିନ କେଇଟା ପରେ ବାହାଘର , ହେଲେ ବାହାଘର ହେବ କେମିତି । ବରକୁ ମିଳୁନି ଟ୍ରେନ୍‌ ଟିକେଟ୍‌ , କନିଆଁ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ପୁରା ଘଟଣାକୁ ନେଇ ଚିନ୍ତାରେ ପରିବାର । ଖାଲି ସମୟକୁ ଅପେକ୍ଷ, କେମିତି ହେବ ବାହାଘର ।

ଉତ୍ତରପ୍ରଦେଶର ପିପରାଇଚର ବାସିନ୍ଦା ଶ୍ୟାମ ଓ ଶାଳିନୀଙ୍କ ବିବାହ ଅପ୍ରେଲ୍‌ ୨୬ରେ ହେବା ପାଇଁ ସ୍ଥିର କରାଯାଇଥିଲା । ଶ୍ୟାମ୍‌ ଦିଲ୍ଲୀରେ ରହି ଚାକିରି କରୁଛନ୍ତି । ଶାଲିନୀ ମୁମ୍ବାଇରେ ରହି ମଧ୍ୟ ଚାକିରି କରୁଛନ୍ତି । ବାହାଘର ନିମନ୍ତେ ଶାଳିନୀ ଗତ ୧୮ତାରିଖରେ ଗୋରଖପୁରରେ ପହଞ୍ଚିଥିଲେ, ହେଲେ କୋଭିଡ଼ ନିୟମ ଅନୁଯାୟୀ ଶାଳିନୀଙ୍କୁ ସେଲ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେବେଠୁ ଶାଳିନୀ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ସେପଟେ ୧୮ ଅପ୍ରେଲ୍‌ ପରଠାରୁ ଶ୍ୟାମ୍‌ ଟ୍ରେନ୍‌ ଟିକେଟ୍‌ ନେଇ ବ୍ୟସ୍ତ ଓ ବିବ୍ରତ ହେଉଛନ୍ତି । ତାଙ୍କୁ ଟ୍ରେନ୍‌ରେ ବସିକି ଯାତ୍ରା କରିବା ନିମନ୍ତେ ରେଳ ବିଭାଗ ପକ୍ଷରୁ କୌଣସି କନ୍‌ଫର୍ମ ସୂଚନା ମିଳିନାହିଁ ।

ଶ୍ୟାମ୍‌ କହିଛନ୍ତି ଯେ, ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଏତେ ବାଟ ବସ୍‌ରେ ଯିବା ସମ୍ଭବ ନୁହେଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସଂପର୍କୀୟଙ୍କୁ ବାହାଘରକୁ ଆସିବା ଉପରେ ବାରଣ କରାଯାଇଛି । କିନ୍ତୁ ବାହାଘର ପାଇଁ ଚୟନ ହୋଇଥିବା ତାରିଖରେ ହିଁ ବାହାଘର ହେବ । ସେଥିପାଇଁ ଯଦି ବାଇକ୍‌ରେ ଯିବାକୁ ପଡେ, ତେବେ ମୁଁ ନିଶ୍ଚିତ ଦିଲ୍ଲୀରୁ ଗୋରଖପୁର ବାଇକ୍‌ରେ ଯାତ୍ରା କରିବି ।  ବାଇକ୍‌ରେ ଯାତ୍ରା କରିବାକୁ ୨୦ଘଣ୍ଟାର ସମୟ ଲାଗିବ । ଗୋରଖପୁରରେ ପହଞ୍ଚିବା ପରେ କରୋନା ନିୟମ ଅନୁସାରେ ଯାଞ୍ଚ କରାଯିବ ଏବଂ ନିର୍ଦ୍ଧାରିତ ତାରିଖରେ ବାହାଘର ହେବ ।  

ସେପଟେ ଶାଳିନୀ କହିଛନ୍ତି ଯେ, ମୁଁ କ୍ୱାରେଣ୍ଟାଇନ୍‌ରେ ରହିଛି । କିନ୍ତୁ କିଛି ଅସୁବିଧା ନାହିଁ । କରୋନାର କୌଣସି ପ୍ରକାର ଲକ୍ଷଣ ନାହିଁ । ଶ୍ୟାମ୍‌ ଯଦି ଠିକ୍‌ ସମୟରେ ଆସିଯାଆନ୍ତି । ନିୟନ୍ତ୍ରିଣ ହୋଇଥିବା ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ବାହାଘର ନିଶ୍ଚିତ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.