Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଟୁକୁନି ପଲାଇ ଓରଫ ରାନି ମିଶ୍ର ହତ୍ୟାକାଣ୍ଡ : ବେଳକୁବେଳ ବଢୁଛି ରହସ୍ୟ, ପୋଲିସ ଆଗରେ ଅସଂଖ୍ୟ ପ୍ରଶ୍ନ, ଫେସବୁକ ପ୍ରୋଫାଇଲରେ ପୋଲିସ ଡ୍ରେସ ପିନ୍ଧା ଫଟୋ ଥିଲା କାହିଁକି ?

2/07/2019 at 2:32 PM

ପଟ୍ଟାମୁଣ୍ଡାଇ ୨|୭: ରାଜନଗର ଲୁଣା ଘେରିବନ୍ଧ କାଠୁଆଗଣ୍ଡ ନିକଟରୁ ଅଖା ଭିତରେ ମିଳିଥିବା ମହିଳାଙ୍କ ଶବ ଜଗତସିଂହପୁରର ନାଉଗାଁ ଅଚଂଳର ରାନି ମିଶ୍ରଙ୍କ ବୋଲି  ଚିହ୍ନଟ ହୋଇସାରିବା ପରେ ଘଟଣାରେ ନୂଆ ମୋଡ ଦେଖାଦେଇଛି । ତବେ ୨୦୦୫ ମସିହାରୁ ରାନି ମିଶ୍ର ଘର ଛାଡି ଭୁବେନଶ୍ବର ରହୁଥିବାବଳେ କିଭଳି ରାନିଙ୍କର ମୃତ୍ୟୁହେଲା ଏବଂ କିଏ ରାନିଙ୍କୁ ମାରିଲା ତାକୁ ନେଇ ଚର୍ଚ। ଜୋର ଧରିଛି ।

ଗତ ୨୮ ତାରିଖ ସକାଳେ ରାଜନଗର କାଠୁଆଗଣ୍ଡ ଲୁଣା ଘେରି ନିକଟରୁ ଏକ ଅଖା ଭିତରେ ଜଣେ ମହିଳାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ, ସାଇଟଇଫିକ ଟିମ  ଘଟଣା ସ୍ଥଳରେ ପହଚିଂ ଶବ ଜବତ କରିବା ସହିତ ଅନୁସନ୍ଧାନ କରିଥିଲେ । ତବେ ସେହିଦିନ ସଂନ୍ଧ୍ୟାରେ ମୃତ ମହିଳା ଜଣକ ଜଗତସିଂହପୁର ନାଉଗାଁ ଅଚଂଳର ଟୁକୁନା ପୋଲେଇ ଓରଫ ରାନି ମିଶ୍ରଙ୍କ ବୋଲି  ଚିହ୍ନଟ ହୋଇଥିଲା ।

ଶବ ଚିହ୍ନଟ ପରେ ରାନିଙ୍କ ଘରେ ତାଙ୍କ ମା ଓ ରାନିଙ୍କ ପୁଅ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ତବେ ତାଙ୍କ ମାଙ୍କ କହିବା ଅନୁଯାୟୀ  ରାନି ୨୦୦୫ରେ ନାଉଗାଁ ନିକଟସ୍ଥ କସ୍ତୁରିବା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ୧୦ମ ପରୀକ୍ଷା ଦେଇ ଫେଲ ହୋଇଯାଇଥିଲେ ।  ଫଳରେ ନିଜର କିଛି ସାଙ୍ଗଙ୍କ ସହିତ ପୋଲିସରେ ଭର୍ତି ହେବା ପାଇଁ ଭୁବେନଶ୍ବର ଚାଲିଯାଇଥିଲେ ।ସବେଠାରୁ ଆଉ ରାନି ନିଜ ଘରକୁ ଆସିନଥିଲେ ।

ତବେ ଟୁକୁନି ପଲାଇ ପରବର୍ତ୍ତୀ ଅବସ୍ଥାରେ ରାନି ମିଶ୍ର କିଭଳି ହଲେ ତାର ଟେର ଏବେ ପାଉନି ପୋଲିସ । ଅନ୍ୟପଟେ ରାନି ଭୁବେନଶ୍ବର ଗାନ୍ଧିମାର୍କଟର ଏକ ମଦ କାଉଟଂରରେ କାମକରୁଥିବା ରଞନ ରାଉତକୁ ବିବାହ କରିଥିଲେ । ତାଙ୍କର ଗୋଟେ ପୁଅ ଏବେ ରାନି ବା ଟୁକୁନି ପଲାଇ ଙ୍କ ମା ମାଳତି ପଲାଇଙ୍କ ପାଖରେ ରହି ପାଠ ପଢୁଛି । ଅନ୍ୟପଟେ ରାନି ଯଦି ରଞନ ରାଉତଙ୍କୁ ବିବାହ କଲେ ତବେ ସେ ରାନି ମିଶ୍ର କିଭଳି ହଲେ ବୋଲି ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ରାନୀଙ୍କ ପାଖରୁ ମିଳିଥିବା ବିବାହ ପ୍ରମାଣପତ୍ର ଓ ଆଧାର କାର୍ଡରେ ସ୍ବାମୀ ଜୁଲୁ ମିଶ୍ର ବୋଲି ଦର୍ଶ।ଯାଇଛି ।  ଜୁଲୁ ମିଶ୍ର କିଏ ତାହା ମଧ୍ୟ ପୋଲିସକୁ ଗୋଲକ ଧନ୍ଦରେ ପକାଇଛି ।

ଅନ୍ୟପଟେ ପୋଲିସର କହିବା ଅନୁଯାୟୀ ରାନି ମିଶ୍ର ଙ୍କ ନାଁରେ ଏକ ଫେସବୁକ ଆଇଡି ଅଛି ।ଯେଉଁଥିରେ ରାନି ନିଜେ ଏକ ପୋଲିସ ଡ୍ରେସ ପିନ୍ଧି ଫଟୋ ପୋଷ୍ଟ କରିଛନ୍ତି । ଆଉ ଏହି ଫେସବୁକ ଆଇଡିରେ ବହୁ ଜଣାଶୁଣା ବ୍ୟକ୍ତି ଓ ନେତାଙ୍କ ପାଖରୁ ଆରମ୍ଭ କରି ପୋଲିସ କର୍ମ ଚାରୀ ପର୍ଯ୍ୟନ୍ତ ତାଙ୍କ ଫ୍ରେଣ୍ଡ ଲିଷ୍ଟରେ ଅଛନ୍ତି  ।

ତବେ ପ୍ରକୃତରେ ପୋଲିସ ଚାକିରି କରିବାକୁ ଆସିଥିବା ରାନି କଣ ସତରେ ପୋଲିସରେ ଭର୍ତ୍ତି ହୋଇଥିଲେ ନା ମିଛିମିଛିକା ପୋଲିସ ସାଜିଥିଲେ ତାହା ଅନୁସନ୍ଧାନ ସାପେକ୍ଷ । ଅନ୍ୟପଟେ ରାନି ନିଜର ପରିଚୟ ସବୁବଳେ ପୋଲିସରେ ଅଛନ୍ତି ବୋଲି କହିଆସୁଥିଲେ ।  ନିଜ ପରିବାର ପାଖରେ ମଧ୍ୟ ରାନିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ନାହିଁ। ଯଦି ତମାମ ଘଟଣାକୁ ବିଚାର କରାଯାଏ ତବେ ନିଶ୍ଚିତ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି କୁହାଯାଇପାରେ।  ହଲେ କିଏ ସେ ହତ୍ୟାକାରି,  କାହିଁକି ମାରିଲା ରାନିଙ୍କୁ ତାହା ପୋଲିସର ଅନୁସନ୍ଧାନ ପରେ ଜଣା ପଡିବ  ।

   Related Posts