'ମୋ ପାଖରେ ପ୍ରମାଣ ଅଛି, ମୋତେ ଭୟ ଲାଗୁଛି...' ନିଲମ୍ବିତ ଏସ୍‌ଆଇଙ୍କ ପ୍ରେମିକା ମାଗିଲେ ସୁରକ୍ଷା

Published By : Prameya-News7 Bureau | May 15, 2020 IST

ଭୁବନେଶ୍ୱର୧୫/୫: କ୍ୟାପିଟାଲ୍‌ ଥାନାର ଏସ୍‌ଆଇ ରାକେଶ ସାମଲଙ୍କ ପ୍ରେମିକା ବୋଲି ଦାବି କରୁଥିବା ଯୁବତୀ ଏବେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି । କାରଣ କ୍ୟାପିଟାଲ୍‌ ଥାନାରେ ଘଟୁଥିବା ସମସ୍ତ ପ୍ରକାର ବେଆଇନ୍‌ କାର୍ଯ୍ୟ ବିଷୟରେ ସେ ରାକେଶଙ୍କ ଠାରୁ ଜାଣିବାକୁ ପାଇଛନ୍ତି । ତାଙ୍କ ପାଖରେ ଅନେକ ପ୍ରମାଣ ରହିଛି । କାଳେ ମୁଁ ପଦାରେ କହିଦେବି ସେଥିପାଇଁ ମୋତେ ମାରି ଦେବାକୁ ଯୋଜନା ଚାଲିଛି ବୋଲି ମୁଁ ଜାଣିବାକୁ ପାଇଛି ।

ଖାଲି ସେତିକି ନୁହେଁ ଯୁବତୀ ଜଣଙ୍କ କହିଛନ୍ତି, କିଛି ଯୁବକ ସାମ୍ବାଦିକ ବୋଲି ପରିଚୟ ଦେଇ ତାଙ୍କୁ ବିଭିନ୍ନ ପ୍ରକାର ଧକମ ଦେବା ସହ ଟଙ୍କା ମାଗୁଛନ୍ତି । ଟଙ୍କା ନ ଦେଲେ ତାଙ୍କ ବିରୋଧରେ ସୋସିଆଲ୍‌ ମିଡିଆରେ ଏଣୁତେଣୁ ଲେଖି ବଦନାମ କରିବେ ଧମକ ଦେଇଛନ୍ତି । ଏହାକୁ ନେଇ ସେ ମାନସିକସ୍ତରରେ ଭାଙ୍ଗି ପଡିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.