Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ନିଲମ୍ବିତ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ; ମୃତଦେହ ରଖି ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

29/01/2019 at 12:30 PM

ଯାଜପୁର ୨୯|୧:   ନିଲମ୍ବିତ ଜବାନଙ୍କ ସନ୍ଦେହଜନକ ମୃତ୍ୟୁ । ମୃତଦେହ ରଖି ରାସ୍ତା ରୋକ କରିଛନ୍ତି ଉତ୍ତ୍ୟକ୍ତଲୋକ ।  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନାଳକୁଳ ଗାଁର ରଞ୍ଜନ କୁମାର ପରିଡା ରାୟଗଡାରେ ସି.ଆର୍.ପି.ଏଫ୍ ଜବାନ ଭାବେ କାମ କରୁଥିବା ବେଳେ ତାଙ୍କୁ ନିଲମ୍ବିତ କରା ଯାଇଥିଲା ।

ଗତ ରବିବାର ସେ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଜପୁର ଟାଉନ୍ ଯାଇଥିଲେ । ସେଠାରେ ସାଙ୍ଗମାନଙ୍କ ସହ ବଚସା ହୋଇଥିଲା। ରଞ୍ଜନ ଘରକୁ ଫେରି ଆସିବା ପରେ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଯାଜପୁର ଟାଉନ୍ ମେଡ଼ିକାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଆସିଥିଲେ । ତେବେ ପୁଣି ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ମେଡିକାଲ ନେଇଥିଲେ ପରିବାରଲୋକ ।କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ବରୁହାଁ ବାଲିଚନ୍ଦ୍ରପୁର ରାସ୍ତାରେ ରଖି ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତାରୋକ କରିବା ସହ ପୋଡାଜଳା କରିଛନ୍ତି ।  

   Related Posts