ସନ୍ଦେହ ରୂପକ କୀଟ ଲଭ ହେଉ କି ଆରେଞ୍ଜ ଯେକୌଣସି ପ୍ରକାର ବୈବାହିକ ଜୀବନକୁ ଉଜାଡି ଦେଇପାରେ। ଜାଣତରେ ହେଉ ବା ଅଜାଣତରେ କପଲ ଏମିତି କିଛି କାମ କରି ବସନ୍ତି ଯାହା ପାର୍ଟନରଙ୍କ ମନରେ ଆପେ ଆପେ ସନ୍ଦେହ ସୃଷ୍ଟି କରେ । ତେବେ ବୈବାହିକ ଜୀବନରେ ଏମିତି କିଛି କରିବା କଥା ନୁହେଁ ଯାହାଦ୍ବାରା ସନ୍ଦେହର କୀଟ ଶାଂଶାରିକ ଜୀବନର ସୁଖ ଉଜାଡି ଦେବ। ଆପଣଙ୍କ ବୈବାହିକ ଜୀବନରେ ଜାଣତରେ ହେଉବା ଅଜାଣତରେ ଏଭଳି ନ ହେଉ ସେଥିପାଇଁ ଏଠାର ଆମର କିଛି ଟିପ୍ସ ଯାହା ଆପଣଙ୍କୁ ସହାୟତା କରିପାରେ।
{"id":113976}ବିବାହ କରିବା ପରେ ପୁରୁଣା ସମ୍ପର୍କକୁ ଭୁଲି ଯିବାଟା ବୁଦ୍ଧିମାନର କାମ। ହେଲେ କେବେ କେବେ ଏହି ସମ୍ପର୍କ ଆପେ ଆପେ ମୁହଁରେ ଆସିଯାଏ । ତେବେ ଏ ନେଇ ଚର୍ଚ୍ଚାକୁ ଆଗକୁ ନ ବଢାଇବା ଭଲ। ବିବାହ ପୂର୍ବର ସମ୍ପର୍କ ମନେ ପକାଇଲେ ପୁରୁଣା ଦିନ ବି ମନେପଡେ ଓ ମୋହ ବଢେ। ବ୍ୟକ୍ତି ପୁଣି ସମ୍ପର୍କକୁ ତାଜା କରିବାକୁ ଉଦ୍ୟମ କରନ୍ତି ଯାହା ଯୋଗୁ ନିଜ ପରିବାରରେ ଅଶାନ୍ତି ଉପୁଜିଥାଏ। ଏଣୁ ଆତୀତକୁ କବର ଦେବା ବୈବାହିକ ଜୀବନର ସବୁଠୁ ବଡ ଫଣ୍ଡା। ସେହିପରି କିଛି ସଉକ ମଧ୍ୟ ବୈବାହିକ ଜୀବନରେ ସନ୍ଦେହର କାରଣ ପାଲଟିଥାଏ । ସେହିଭଳି ଏକ ଅଭ୍ୟାସ ହେଉଛି ଡାୟେରୀ ଲେଖିବା। ଡାୟେରୀ ଲେଖିବା ଏକ ଭଲ ଅଭ୍ୟାସ ହେଲେ ନିଜ ବେଷ୍ଟ ହାଫକୁ ଭରସାରେ ରଖି ଲେଖନ୍ତୁ। ନଚେତ ଡାୟେରୀରେ ଭାବୁକ ମନରେଲେଖା ଯାଇଥିବା କଥା ସାଥୀଙ୍କ ମନରେ ସନ୍ଦେହ ସୃଷ୍ଟି କରିପାରେ, ଯାହା ସାରା ଜୀବନ ପିଛା ଛାଡି ନଥାଏ।
{"id":113977}ଆଉଟଡୋର ମିଟିଂସ ମଧ୍ୟ ସାଥୀଙ୍କ ମନରେ ସନ୍ଦେହର ମଞ୍ଜିବୁଣିପାରେ। ଯେଉଁମାନେ ମାର୍କେଟିଂ ଜବରେ ଥାନ୍ତି ଓ ଏଥିପାଇଁ ଦିନ ଦିନ ଧରି ଘରୁ ବାହାରେ ରହିବାକୁ ପଡୁଥାଏ ସେମାନଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିବାର ଶତପ୍ରତିଶତ ଚାନ୍ସ ଥାଏ। ଏଣୁ ଘରୁ ବାହାରେ ଥିବା ବେଳେ ପାର୍ଟନରଙ୍କ ସହ ସମ୍ପର୍କରେ ରହିବାକୁ ଚେଷ୍ଟା କରନ୍ତୁ। କେବେ କେବେ ଏଭଳି ଟୁରରେ ତାଙ୍କୁ ମଧ୍ୟ ସାଥୀରେ ନେଇ ଯାଆନ୍ତୁ। ଯାହା ଦ୍ବାରା ସେ ଆପଣଙ୍କ କାମ କରିବାର ଶୈଳୀ ସମ୍ପର୍କରେ ବି ଅବଗତ ରହିପାରିବେ। ସେହିଭଳି କାର୍ଯ୍ୟାଳୟରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରହିବା ମଧ୍ୟ ପାର୍ଟନରଙ୍କ ମନରେ ସନ୍ଦେହର ମଞ୍ଜିବୁଣିପାରେ। ଏଣୁ କାର୍ଯ୍ୟାଳୟ ସମୟ ମଧ୍ୟରେ କାମ ତୁଟାଇ ନିଜର କ୍ବାଲିଟି ଟାଇମକୁ ପରିବାର ସହ କଟାଇବାକୁ ଚେଷ୍ଟା କରନ୍ତୁ।
{"id":113978}ତେବେ ଶେଷରେ ସବୁଠୁ ବଡ କଥା ମୋବାଇଲ ପାସଓ୍ବାର୍ଡ କପଲ ନିଜ ମଧ୍ୟରେ ନିଶ୍ଚିତ ସେୟାର କରନ୍ତୁ। ନଚେତ ସାମାନ୍ୟ ମୋବାଇଲ ଫୋନକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡା ଲାଗିବା ସହ ପରସ୍ପରର ସମ୍ପର୍କ ନେଇ ସନ୍ଦେହ ଉପୁଜିପାରେ। ସୁରକ୍ଷା ଦୃଷ୍ଟିରୁ ମୋବାଇଲରେ ପାସଓ୍ବାର୍ଡ ଦିଅନ୍ତୁ, ହେଲେ ତାହା ପତ୍ନୀଙ୍କୁ ମଧ୍ୟ ଜଣାଇ ଦିଅନ୍ତୁ। ସମୟ ଅସମୟରେ ଆବଶ୍ୟକତାରେ ଆପଣଙ୍କ ଫୋନ ସେ ବ୍ୟବହାର କଲେ ସେଭଳି ରିଆକ୍ଟ କରନ୍ତୁନି ଯେପରି ଦାମ୍ପତ୍ୟରେ ସନ୍ଦେହ ଉପୁଜିବ।