ବିଜେଡି: ୩ ଆସନର ଟିକେଟ ଝୁଲିଛି, ୩ ଆସନରେ ବଦଳିପାରେ ଟିକେଟ: ଶଶୀଙ୍କ ଥଇଥାନ ପାଇଁ ଚାଲିଛି ବିଚାର

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪: ବିଜେଡି ଟିକେଟ କସରତ ଏବେ ରୋଚକ ସ୍ଥିତିରେ । ବାକିଥିବା ୩ ଆସନ ପାଇଁ ଏଯାଏଁ ଦଳ କାହା ନାଁ ଉପରେ ମୋହର ମାରିନଥିବା ବେଳେ କିଛି ନେତାଙ୍କ ଠାରୁ ଟିକେଟ ପ୍ରତ୍ୟାହାର କରିବା ଯୋଜନାରେ ଅଛି ବିଜେଡି । ଯାହାକୁ ନେଇ ଦଳ ଭିତରେ ନୂଆ ସମୀକରଣ ହେବାକୁ ଯାଉଛି ।

{"id":99729}

୧୪୭ରୁ ପୁଣି ବାକିଅଛି ୩ ।  କେନ୍ଦ୍ରାପଡ଼ା, ଚମ୍ପୁଆ, ବାରପଦାରେ ଝୁଲିଛି।  ସେପଟେ ଟିକେଟ ନେଇଥିବା କିଛି ନେତା ଏବେ ବି ସସପେନ୍ସ ଭିତରେ ଅଛନ୍ତି ଯେ ସେମାନଙ୍କୁ ନୋମିନେସନ କରିବାକୁ ଅନୁମତି ମିଳିବ କି ନାହିଁ । ଯେଉଁ କିଛି ନାଁ ଏବେ ଚର୍ଚାରେ ଅଛନ୍ତି ସେମାନଙ୍କ ଭିତରେ ନିଆଳିରୁ ଟିକେଟ ନେଇଥିବା ପ୍ରମୋଦ ମଲ୍ଲିକଙ୍କ ନାଁ ଆଗରେ ଅଛି । ତାଙ୍କ ନାଁ ଘୋଷଣା ହୋଇସାରିଥିଲେ ବି ତାଙ୍କ ଟିକେଟ କାଟି ଶଶୀଭୂଷଣ ବେହେରାଙ୍କୁ ସେଠି ଥଇଥାନ କରିବା ନେଇ ଆଲୋଚନା ହେଉଛି ।

{"id":99730}

ସେହିଭଳି ଭଦ୍ରକରୁ ସଂଜୀବ ମଲ୍ଲିକଙ୍କ ଟିକେଟ ପ୍ରତ୍ୟାହାର ହୋଇପାରେ ବୋଲି ଚର୍ଚା ହେଉଛି । ସେଠି ବିଧାୟକ ଯୁଗଳ ପଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ଟିକେଟ ପାଇପାରନ୍ତି ବୋଲି କଥା ଉଠିଲାଣି । ସେହିଭଳି କାକଟପୁରରୁ ବିଜେଡି ଟିକେଟ ନେଇଥିବା ସୁରେନ୍ଦ୍ର ସେଠୀଙ୍କୁ ଡ୍ରପ କରି ବିଜେପି ଟିକେଟ ଫେରାଇ ବିଜେଡିରେ ମିଶିଥିବା ତୁଷାରକାନ୍ତ ବେହେରାଙ୍କୁ ଦଳ ଲଢେଇବ ବୋଲି ଆଲୋଚନା ହେଉଛି ।

{"id":99731}

ସେପଟେ ବାକିଥିବା ୩ ବିଧାନସଭା ପାଇଁ କାହାକୁ ଟିକେଟ ମିଳିବ ସେନେଇ ବଡ କସରତ ଜାରି ରହିଛି । ଚମ୍ପୁଆରୁ ସନା ମହାକୁଡ଼ଙ୍କ ପ୍ରାର୍ଥିଙ୍କୁ ଟିକେଟ ଦେବାକୁ ଦଳ ବିଚାର କରୁଥିବା ନେଇ ଆଲୋଚନା ହେଉଛି । ଏଭଳି ହେଲେ ସେଠାରୁ ବିଜେଡି ଟିକେଟ ଆଶାୟି କୁଶ ଆପଟ ଶଙ୍ଖ ଛାଡି ପଦ୍ମ ପୋଖରିକୁ ଡିଆଁ ମାରିବା ଯୋଜନାରେ ଅଛନ୍ତି । ସେହିଭଳି ବାରିପଦା ସିଟକୁ ନେଇ ଏବେ ବି ଦ୍ବନ୍ଦରେ ଅଛି ଦଳ । ସେଠାରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ହଟାଇ ନୂଆ ମୁହଁକୁ ଆଣିବାକୁ ଦଳ ଚିନ୍ତା କରୁଛି ।

{"id":99732}

ସେପଟେ କେନ୍ଦ୍ରାପଡା ଆସନରୁ କାହାକୁ ଟିକେଟ ଦିଆଯିବ ତାକୁ ନେଇ ବି ଅଙ୍କ ଛିଣ୍ଡୁନି । କିଶୋର ତରାଇଙ୍କୁ ହଟାଇ ସିପ୍ରା ମଲ୍ଲିକଙ୍କୁ ଦିଆଯିବ ନା ନୂଆ ମୁହଁ ଆସିବ ତାଉପରେ ବି  ଆଲୋଚନା ଜାରି ରହିଛି ।ଯେଉଁଥିପାଇଁ ଏହି ୩ ସିଟ ଉପରେ କସରତ ଚାଲିଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.