Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||

ଚିଲିକାରେ ସି ପ୍ଲେନ ଉଡିବା ଗୁଜବ ନା ସତ ? ହେଉନି ସଷ୍ଟ : ସତ ହୋଇଥିଲେ ସାଂଘାତିକ

16/09/2018 at 5:48 PM

ଭୁବନେଶ୍ବର୧୬|୯: ଚିଲିକାରେ ସି ପ୍ଲେନ ଅବତରଣ ହେବା ଖବରକୁ ନେଇ ଆରମ୍ଭ ହୋଇଛି ତନା ଘନା । ସି ପ୍ଲେନ ଚିଲିକାରେ ଅବତରଣ କରିଛି କି ନାହିଁ ନା ତାହା କେହି ସ୍ପଷ୍ଟ କରୁନାହାନ୍ତି। ସେପଟେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଚିଲିକାରେ ସି ଏରୋଡ୍ରମ ହେବା ନେଇ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହେବା ପରେ ପ୍ରକଳ୍ପ ବନ୍ଦ ଘୋଷଣା କରିସାରିଛି କେନ୍ଦ୍ର । ତଥାପି ଚିଲିକାରେ ସି ପ୍ଲେନ ଉଡ଼ିବା ଖବର ପରେ ନାନା ଗୁଜବ ଉଡ଼ୁଛି ତାକୁ ନେଇ ନାନା ବୟାନ ବାଜି ବି ଆସୁଛି ।
ସତରେ କଣ ଚିଲିକାରେ ଉଡିଲା ସିପ୍ଲେନ । ଯଦି ଉଡିଲା ତେବେ କାହାର ଏ ସିପ୍ଲେନ । ଚିଲିକାରେ ସି ପ୍ଲନ ଉଡିବାକୁ ଅନୁମତି ଦେଲା କିଏ । ଚିଲିକାରେ ସି ଏରୋଡ୍ରମ ହେବନି ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଘୋଷଣା କରି ସାରିଛି । ଏଭଳି ସ୍ଥିତିରେ ଶନିବାର ଚିଲିକାରେ ସି- ପ୍ଲେନ ଅବତରଣ କରିବା ନେଇ ଖବର ନାନା ଚର୍ଚ୍ଚାକୁ ଜନ୍ମ ଦେଇଛି । ନା କେହି ଏହାକୁ ଦେଖିଛି ନା କେହି ଏହାର ଫଟୋ ବି ନେଇଛି। କିନ୍ତୁ ଚାରିଆଡ଼େ କୋକୁଆ ଭୟ। ଚିଲିକାର ଅରଖକୁଦା ଅଞ୍ଚଳରେ ସିପ୍ଲେନ ଅବତରଣ କରିବା କୁହଯାଉଛି । ଶନିବାର ଚିଲିକା ଉପରେ ପ୍ରବଳ ଶବ୍ଦ କରି ଏକ ପ୍ଲେନ ଅବତରଣ କରିଥିବା କିଛି ଲୋକେ କହୁଥିବା ବେଲେ ଆଉ କିଛି ଲୋକଙ୍କ କହିବା କଥା ସେମାନେ ଶବ୍ଦ ଶୁଣି ଏହା ସିପ୍ଲେନ ହେଇଥିବ ବୋଲି ଭାବୁଛନ୍ତି ।
ବିଭିନ୍ନ କଥାରେ କେନ୍ଦ୍ର ରାଜ୍ୟର ଟଣା ଓଟରା ଚାଲିଛି। ଏଥିରେ ବି ରହିଛି। ସି ପ୍ଲେନ ପ୍ରସଙ୍ଗକୁ ନେଇ ବିବାଦ ଥମି ଆସିଥିବା ବେଳେ ଏହି ଚର୍ଚ୍ଚ ନିଆଁରେ ଘିଅ ଢାଳିଛି। ସଂସ୍କୃତି ମନ୍ତ୍ରୀ କହିଛନ୍ତି ସତରେ ଯଦି ସିପ୍ଲେନ ଚିଲିକାରେ ଉଡିଥିବ ତେବେ ତାହା ଗ୍ରହଣୀୟ ନୁହେଁ । ଏ ସଂପର୍କରେ ସେ ଜଙ୍ଗଲ ଓ ପରିବେଶ ବିଭାଗକୁ ଜଣାଇବେ । ସେପଟେ ସିପ୍ଲେନ ଉଡିବା ନେଇ ଅନୁଧ୍ୟାନ ହେବ ବୋଲି କହିଛି ଚିଲିକା ଉନ୍ନୟନ କତୃପକ୍ଷ । ବାସ୍ତବରେ ଏହା ସି ପ୍ଲେନ ନା କୋଷ୍ଟଗାର୍ଡର ପାଟ୍ରୋଲିଙ୍ଗ ପ୍ଲେନ ସେନେଇ ବି ଖୋଲତାଡ
ସେପଟେ ଏହାକୁ ନେଇ ଅରଖକୁଦା ସାମୁଦ୍ରିକ ଥାନା ପକ୍ଷରୁ କୁହାଯାଇଛି ଯେ,ସେମିତି କିଛି ସୂଚନା ଥାନରେ ନାହିଁ । ଚିଲିକାରେ ସି ପ୍ଲେନ କେଉଁଠୁ ଆସିଲା ନା ଏହା ଗୁଜବମାତ୍ର ତାହା ସ୍ପଷ୍ଟ ହେବା ଦରକର ।

   Related Posts