ଛତିଶଗଡରେ ଏନକାଉଣ୍ଟର : ଜଣେ ମହିଳା କ୍ୟାଡର ନକ୍ସଲର ମୃତ୍ୟୁ
30/09/2019 at 8:55 AM

ରାୟପୁର ୩୦/୯: ଛତିଶଗଡ କୁପୱାରା ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ସୁରତିଆ ଗାଁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଜଣେ ମହିଳା କ୍ୟାଡର ନକ୍ସଲର ମୃତ୍ୟୁ ହୋଇଛି । ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇଁ ପୋଲିସ ସର୍ଚ୍ଚ ଅପରେସନ କରିଥିଲା ।
ମାଓ କ୍ୟାମ୍ପ ଉପରକୁ ହମଲା କରିଥିଲା ପୋଲିସ । ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।