Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

‘କରୋନା’ ଆତଙ୍କ : ଜଣଙ୍କ ରକ୍ତ ନମୁନା ନେଗେଟିଭ୍, ୧୪ଜଣ ହୋମ୍ ଆଇସୋଲେସନ୍‌ରେ

4/02/2020 at 12:39 PM

ଭୁବନେଶ୍ବର ୪।୨: କଟକ ଏସସିବିରେ ଭର୍ତ୍ତି ହୋଇଥିବା ଜଣେ ସନ୍ଦିଗ୍ଧ କରୋନା ଭାଇରସ୍ ସଂକ୍ରମିତ ଯୁବକଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ୍ । ଅନ୍ୟପକ୍ଷରେ ଏସସିବିରେ ଭର୍ତ୍ତି ହୋଇଥିବା ଅନ୍ୟ ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ୧୪ ଜଣ ହୋମ୍ ସର୍ଭେଇଲାନ୍ସରେ ରହିଥିବା ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଏସସିବିରେ କରୋନା ଆକ୍ରାନ୍ତଙ୍କ ପାଇଁ ୮୪ ବେଡ୍ ରହିଛି, ଯାହା ୧୫୦କୁ ବୃଦ୍ଧି କରାଯାଇପାରେ ବୋଲି ସୂଚନା ମିଳିଛି । ରାଜ୍ୟରୁ ୧୩ ଜଣ ଚୀନ୍ ଓ ଜଣେ ଥାଇଲାଣ୍ଡରୁ ଆସିଥିବା ଚିହ୍ନଟ କରାଯାଇଛି ।

ବିଶ୍ବରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ବେଡ୍ ଓ ମୁଖ୍ୟ ହସ୍ପିଟାଲରେ ୩୦ଟି ବେଡ୍ କରୋନା ରୋଗୀଙ୍କ ପାଇଁ ରଖିବାକୁ କେନ୍ଦ୍ରର ନିର୍ଦ୍ଦେଶ ରହିଥିଲା । ଯାହାକୁ ରାଜ୍ୟ ସରକାର ଗୁରୁତ୍ବର ସହ ପାଳନ କରିଛନ୍ତି । ତାହାର ସଠିକ୍ ଅନୁପାଳନ ହୋଇଛି କି ନାହିଁ ତାହା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ତଦାରଖ କରିଥିଲେ । ସେହିଭଳି ୪୧ଟି ବିମାନବନ୍ଦରକୁ କେନ୍ଦ୍ର ସ୍କ୍ରିନିଂ କରୁଛି । ଥର୍ମାଲ କ୍ୟାମେରା ଲଗାଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।

ସେପଟେ କରୋନାକୁ ନେଇ ଆଡଭାଇଜରୀ ଜାରି କରିଛି ଗଣଶିକ୍ଷା ବିଭାଗ । ସ୍କୁଲରେ କୌଣସି ପିଲାଙ୍କୁ ଥଣ୍ଡା ଜ୍ବର ହେଲେ କିମ୍ବା କିଛି ସନ୍ଦେହ ହେଲେ ସ୍ଥାନୀୟ ହସ୍ପିଟାଲ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲାଗୁ ହୋଇଥିବା ଆଡଭାଇଜରୀକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

   Related Posts