ପୋଲସରା୨୪/୬: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ଶବକୁ ପୋଲସରା ପୋଲିସ ଉଦ୍ଧାର କରିଛି । ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ ତଳେ ଜଣେ ଗୁଜୁରାଟି ଜାତିର ପୁଅ ସହିତ କେଉଁ ଆଡେ ଫେରାର ହୋଇ ଯାଇଥିଲା ।
ଗତ ୮ ମାସ ତଳେ ନିଜ ଗ୍ରାମ କୋଙ୍କରଡାକୁ ଫେରି ଏକ ଭଡ଼ା ଘରେ ରହୁଥିଲେ । ଆଜି ସକାଳୁ ଝିଅର ବାପା ପୋଲସରା ଥାନାରେ ପହଞ୍ଚି ତାଙ୍କ ଝିଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଏତଲା ଦେଇଛନ୍ତି । ଯାହାକୁ ନେଇ ପୋଲସରା ପୋଲିସ ମାମଲା ରୁଜୁ କରିବା ସହ ଉକ୍ତ ଭଡ଼ା ଘରେ ପହଞ୍ଚି ମୃତ୍ୟୁ ଶବକୁ ଜବତ କରିଛି। ଶବ ବ୍ୟବଛେଦ ଲାଗି ତାଙ୍କ ମୃତଦେହକୁ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଯାଇଛି।