ଭୀଷଣ ଶବ୍ଦ ସହ ଆକାଶରୁ ପଡିଲା ରହସ୍ୟମୟ ଉତ୍ତପ୍ତ ଧାତଵପିଣ୍ଡ : ସ୍ଥାନୀୟ ଅଞ୍ଚଳ ସିଲ, ଚାଲିଛି ଯାଞ୍ଚ

Published By : Prameya-News7 Bureau | June 20, 2020 IST

ଜାଲୋର ୨୦/୦୬ : ରାଜସ୍ତାନ ଜାଲୋର ଜିଲ୍ଲା ସାଞ୍ଚୋରରେ ଜୁନ ୧୯ ତାରିଖରେ ଏକ ଅଜବ ଘଟଣା ଘଟିଛି | ଶୁକ୍ରବାର ସକାଳୁ ଏକ କଲେଜ ନିକଟରେ ଆକାଶରୁ ଏକ ଉଲକାପିଣ୍ଡ ପଡିଥିଲା | ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଥିଲା | ଉଲକାପିଣ୍ଡ ସମ୍ପର୍କରେ ଗବେଷଣା କରିବାକୁ ଯୋଧପୁରରୁ ବୈଜ୍ଞାନିକଙ୍କ ଟିମ ଆସି ପହଞ୍ଚିଛି | ସାଞ୍ଚୋରର ଥାନା ଅଧିକାରୀ ଅରବିନ୍ଦ କୁମାର କହିଛନ୍ତି ଯେ ଶୁକ୍ରବାର ସକାଳ ୭ଟା ରେ ଗାୟତ୍ରୀ କଲେଜ ନିକଟରେ ଆକାଶରୁ ଏକ ପଥର ପଡିଥିଲା | ଫଳରେ ବହୁତ ଜୋରରେ ଶବ୍ଦ ହୋଇଥିଲା | ପାଖାପାଖି ୨ କିମି ଯାଏଁ ଏହି ଶବ୍ଦ ସୁଭିଥିଲା | ସୂଚନା ପାଇ ସାଞ୍ଚୋର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ୫ ଫୁଟ ଗଭୀର ଗାତରେ ଏକ କଳା ରଙ୍ଗର ଧାତୁ ଭଳି ପଥର ପଡିଥିବାର ଦେଖିଥିଲା | 

{"id":288935,"sizeSlug":"large"}

ଏହି ଧାତୁ ଖଣ୍ଡକୁ ଉଲକାପିଣ୍ଡ ବୋଲି କୁହାଯାଉଛି | ଏହି ପଥର ତଳେ ପଡିବା ପରେ ମଧ୍ୟ ବହୁତ ଗରମ ଥିଲା | ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ପଥରଟି ଗରମ ଥିଲା | ଥଣ୍ଡା ହେବା ପରେ ପୋଲିସ ତାକୁ ଏକ ଯାରରେ ରଖିଥିଲା ଏବଂ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲା | ୨.୭୮ କିଲୋଗ୍ରାମର ଏହି ପଥର ପଡିବାରୁ ମାଟିରେ ୫ଫୁଟ ଗଭୀର ଗାତ ସୃଷ୍ଟି ହୋଇଥିଲା | ଆକାଶରୁ ଉଲକାପିଣ୍ଡ ପଡିବା ଘଟଣା ପୁରା ଅଞ୍ଚଳରେ ପବନ ଭଳି ଖେଳି ଯାଇଥିଲା | ତାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା | ପଥରଖଣ୍ଡକୁ ସେଠାରୁ ଆଣିବା ପରେ ସେହି ଜାଗାକୁ ସିଲ କରିଦିଆଯାଇଛି | ସାଧାରଣ ଜନତାଙ୍କୁ ସେହି ଅଞ୍ଚଳକୁ ଯିବାକୁ ଦିଆଯାଉନାହିଁ | ମାମଲାର ଯାଞ୍ଚ ପରେ ହିଁ ସେହି ଜାଗାକୁ ସାଧାରଣ ଜନତାଙ୍କୁ ଯିବାକୁ ଦିଆଯିବ ବୋଲି ପୋଲିସ କହିଛି | ମାମଲା ସମ୍ପର୍କରେ ପୋଲିସ ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ସୂଚନା ଦେଇଛି |

{"id":288936,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆକାଶରେ ବେଳେବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା କିମ୍ବା ପୃଥିବୀ ଉପରେ ପଡୁଥିବାର ଦେଖିବାକୁ ମିଳିଥାଏ ଯାହାକୁ ଉଲକାପିଣ୍ଡ କୁହାଯାଏ | ଉଲକାର ଯେଉଁ ଅଂଶ ବାୟୁମଣ୍ଡଳରେ ନ ଜଳି ପୃଥିବୀରେ ପଡିଥାଏ ତାକୁ ଉଲକାପିଣ୍ଡ କୁହାଯାଏ | ଅଧିକାଂଶ ସମୟରେ ରାତିରେ ଅସଂଖ୍ୟ ଉଲକାପିଣ୍ଡ ଦେଖିବାକୁ ମିଳିଥାଏ | କିନ୍ତୁ ପୃଥିବୀ ଉପରେ ପଡୁଥିବା ଉଲକାପିଣ୍ଡର ସଂଖ୍ୟା ବହୁତ କମ | ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହି ଉଲକାପିଣ୍ଡ ବହୁତ ମହତ୍ଵପୂର୍ଣ୍ଣ | କାରଣ ଏହା ଅତି ଦୁର୍ଲଭ ହୋଇଥାଏ ଏବଂ ଆକାଶରେ ବିଭିନ୍ନ ଗ୍ରହମାନଙ୍କ ସଂଗଠନ ଓ ସଂରଚନା ଜ୍ଞାନର ପ୍ରତ୍ୟକ୍ଷ ସ୍ରୋତ ମଧ୍ୟ ହୋଇଥାଏ | 

{"id":288937,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.