ଶ୍ରୀଲଙ୍କା ପରେ ଏବେ ଆଇଏସର ନଜର ଭାରତ ଉପରେ : ମନ୍ଦିର ଏବଂ ଚର୍ଚ୍ଚ ଉପରେ ଆକ୍ରମଣର ଷଡ଼ଯନ୍ତ୍ର

Published By : Prameya-News7 Bureau | June 20, 2019 IST

କୋୟମ୍ବାଟୁର ୨୦/୬: ଶ୍ରୀଲଙ୍କାରେ ସିରିଆଲ ବୋମା ବିସ୍ଫୋରଣରେ ଜଡ଼ିତ ଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍(ଆଇଏସଆଇଏସ)ର ନଜର ଏବେ ଭାରତ ଉପରେ ପଡ଼ିଛି। ତାମିଲନାଡ଼ୁର କୋୟମ୍ବାଟୁରରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଜୁନ ୧୨ତାରିଖରେ ଆଇଏସ୍ ସମର୍ଥକ ୪ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହି ୩ଜଣ ମଧ୍ୟ ସେହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି।

୧.ରାଷ୍ଟ୍ରୀ ଯାଞ୍ଚ ଏଜେନ୍ସି ଶ୍ରୀଲଙ୍କାରୁ ମିଳିଥିବା ତଥ୍ୟ ପରେ ଜୁନ୍ ୧୨ତାରିଖରେ କୋୟମ୍ବାଟୁରର ୭ଟି ସ୍ଥାନରେ ଅନୁସନ୍ଧାନ କରାଯାଇଥିଲା। ଏହି ସମୟରେ ଏନଆଇଏ ୪ଜଣଙ୍କୁ ଗିରଫ କରିଥିଲା। ଏଥିରେ ଶ୍ରୀଲଙ୍କା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଜହରାନ ହାଶିମର ଫେସବୁକ୍ ବନ୍ଧୁ ମହମ୍ମଦ ଅଜରୁଦ୍ଦିନ ମଧ୍ୟ ସାମିଲ ଅଛନ୍ତି। ଅନ୍ୟ ସନ୍ଦିଗ୍ଧମାନେ ହେଉଛନ୍ତି ଶାହଜାହାନ,ମହମ୍ମଦ ହୁସେନ ଏବଂ ଶେଖ ସୈଫୁଲ୍ଲାହ ।

୨. ଗୁଇନ୍ଦା ବିଭାଗ କେରଳ ପୋଲିସ ପ୍ରଶାସନକୁ ପତ୍ର ଜରିଆରେ ଚେତାବନୀ ଦେଇଛି। ସୂଚନା ଅନୁଯାୟୀ ପତ୍ରରେ କୁହାଯାଇଛି ଯେ ଆଇଏସକୁ ସିରିଆ ଏବଂ ଇରାକରେ ଅତ୍ୟଧିକ କ୍ଷତି ପହଞ୍ଚିଛି ସେଥିପାଇଁ ଆଇଏସ୍ ଏବେ ଭାରତ ମହାସାଗର ଆଡ଼କୁ ମୁହାଁଉଛି।

୩. ପତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଆଇଏସ୍ ଏବେ ନିଜ ସମର୍ଥକଙ୍କୁ ନିଜ ନିଜ ଦେଶରେ ରହି ସକ୍ରିୟ ରହିବା ଏବଂ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ କହିଛି। କୋଚି ଏବଂ କୋୟମ୍ବାଟୁରର ଅନେକ ମହତ୍ତ୍ବପୂର୍ଣ୍ଣ ଅଞ୍ଚଳରେ ଆଇଏସ୍ ଲକ୍ଷ୍ୟ କରିଛି।

୪. ପୋଲିସ୍ ସୂଚନା ଅନୁଯାୟୀ,ଗତ କିଛି ବର୍ଷ ମଧ୍ୟରେ କେରଳରେ ଅତି କମରେ ୧୦୦ ଲୋକ ଆଇଏସଆଇଏସରେ ସାମିଲ ହୋଇଛନ୍ତି। ପୋଲିସ୍ ସମଗ୍ର ରାଜ୍ୟରେ ୩୦୦୦ରୁ ଅଧିକ ସନ୍ଦିଗ୍ଧ ଉପରେ ନଜର ରଖିଛି। ଏଥିରେ ଅଧିକାଂଶ ସନ୍ଦିଗ୍ଧ ଉତ୍ତର ଭାଗର ଅଟନ୍ତି।

୫. ଶ୍ରୀଲଙ୍କାରେ ଅପ୍ରେଲ୍ ୨୧ତାରିଖରେ ଇଷ୍ଟର ଦିନ ଚର୍ଚ୍ଚ ଏବଂ ହୋଟେଲରେ ୮ଟି ସିରିଆଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ଜଣ ଭାରତୀୟ ସମେତ ୨୫୮ଜଣଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ଗୁଇନ୍ଦା ବିଭାଗ ଶ୍ରୀଲଙ୍କାକୁ ୧୫ଦିନ ପୂର୍ବରୁ ଅଲର୍ଟ ପଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.