Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅଲକାଏଦାର ସନ୍ଦିଗ୍ଧ ଆତଙ୍କବାଦୀ କରିବାକୁ ଚାହୁଁଛି କରୋନା ରୋଗୀଙ୍କ ଚିକିତ୍ସା, କୋର୍ଟକୁ ମାଗିଲା ଅନୁମତି

13/05/2021 at 7:05 PM

ନୂଆଦିଲ୍ଲୀ ୧୩।୦୫: ଆତଙ୍କୀ ସଂଗଠନ ଅଲକାଏଦା ପାଇଁ କାମ କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ଏମବିବିଏସ ଡାକ୍ତର କରୋନା ମହାମାରୀ ସମୟରେ  କଏଦୀଙ୍କ ଚିକିତ୍ସା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆବେଦନ କରି ତାଙ୍କୁ କଏଦୀଙ୍କ ଚିକିତ୍ସା କରିବାକୁ ଅନୁମତି ଦିଆଯାଉ ବୋଲି ନିବେଦନ କରିଛନ୍ତି। ଗତ ବର୍ଷ ତାଙ୍କୁ ସାଉଦି ଆରବରୁ ପ୍ରତ୍ୟର୍ପିତ କରାଯାଇ ଭାରତ ଅଣାଯାଇଥିଲା। ଅଭିଯୁକ୍ତ ଡାକ୍ତରଙ୍କ ମତରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବାରେ ତାଙ୍କ ନିକଟରେ ୭ ବର୍ଷର ଅଭିଜ୍ଞତା ରହିଛି।

ସ୍ଵତନ୍ତ୍ର ବିଚାରପତି ଧର୍ମେନ୍ଦ୍ର ରାଣାଙ୍କ କୋର୍ଟରେ ବୁଧବାର ଦାଖଲ ଆବେଦନରେ ଅଭିଯୁକ୍ତ ଡ. ସବିଲ ଅହମ୍ମଦ କହିଛନ୍ତି, ଜଣେ ଡାକ୍ତର ହୋଇଥିବା ଯୋଗୁଁ ତାଙ୍କ ଅଭିଜ୍ଞତାର ଲାଭ ତିହାର ଜେଲ୍‌ରେ ବନ୍ଦୀ କଏଦୀଙ୍କ ଚିକିତ୍ସା ଏବଂ କୋଭିଡ୍-୧୯ର ମୁକାବିଲା ପାଇଁ ନିଆଯାଇ ପାରିବ।

ଆତଙ୍କବାଦୀ ସଂଗଠନ ଅଲକାଏଦ ଏକ୍ୟୁଆଇଏସ୍‌ର ସଦସ୍ୟ ରହିଥିବା ସବିଲ ଅହମ୍ମଦଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ଫେବୃଆରୀ ୨୨ରେ ଗିରଫ କରିଥିଲା। ଭାରତ ଓ ବିଦେଶରେ ଆତଙ୍କୀ ସଂଗଠନର ସଦସ୍ୟଙ୍କୁ ଆର୍ଥିକ ଏବଂ ଅନ୍ୟ ସହାୟତା ଯୋଗାଇବାର ଅଭିଯୋଗ ତାଙ୍କ ବିରୋଧରେ ହୋଇଛି।

ଅହମ୍ମଦଙ୍କ ଓକିଲ ଏସ ଏସ ଖାନ ଅଭିଯୁକ୍ତଙ୍କୁ କରୋନା ମୁକାବିଲା ଏବଂ କଏଦୀଙ୍କ ଚିକିତ୍ସା ପାଇଁ ଜେଲ୍ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ସବିଲ ଅହମ୍ମଦ ୨୦୦୭ ଜୁନ ୩୯ରେ ଗ୍ଲାସଗୋ ବିମାନ ବନ୍ଦରରେ ଆତଙ୍କୀ ଆକ୍ରମଣର ମଧ୍ୟ ଆରୋପୀ। ଅହମ୍ମଦକୁ ୨୦୨୦ ଅଗଷ୍ଟ ୨୦ରେ ସାଉଦି ଆରବରୁ ପ୍ରତ୍ୟାର୍ପଣ କରାଯାଇଥିଲା। ବେଙ୍ଗାଲୁରୁରେ ରୁଜୁ ମାମଲାରେ ଏନଆଇଏ ତାଙ୍କୁ ରିମାଣ୍ଡରେ ନେଇଥିଲା।

   Related Posts