Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ ଅଘଟଣ ଘଟାଇବାକୁ ଆଉ ଏକ ଷଡଯନ୍ତ୍ର! ପାର୍ଲାମେଣ୍ଟ ନିକଟରୁ ସନ୍ଦିଗ୍ଧ ଯୁବକଙ୍କୁ ଧରିନେଲା ପୋଲିସ

26/08/2020 at 2:10 PM

ନୂଆଦିଲ୍ଲୀ ୨୬।୮:  ରାଜଧାନୀ ଦିଲ୍ଲୀ ବିଜୟ ଚୌକ ନିକଟକୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଧରିଛି ସିଆରପିଏଫ । ଫିରଦୌର ନାମକ ଏହି ଯୁବକ ସଂସଦ ଭବନ ନିକଟରେ ବୁଲୁଥିଲେ । ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ସେଠାରେ ଉପସ୍ଥିତ ଥିବା ସିଆରପିଏଫ୍ ଯବାନ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ପଚରାଉଚରା ବେଳେ ସେ ତାଙ୍କ ବିଷୟରେ ଭିନ୍ନ ଭିନ୍ନ ସୂଚନା ଦେଇଥିଲେ । ସନ୍ଦିଗ୍ଧ ଯୁବକଙ୍କୁ ପାର୍ଲାମେଣ୍ଟ ଥାନାକୁ ନିଆଯାଇଥିଲା । ସେଠାରେ ଯୁବକଙ୍କୁ ପଚରାଉଚରା କରାଯାଇଥିଲା । ସନ୍ଦିଗ୍ଧ ଯୁବକଙ୍କ ବିଷୟରେ ଅନ୍ୟ ଏଜେନ୍ସୀକୁ ସୂଚନା ଦିଆଯାଇଛି ।

ସନ୍ଦିଗ୍ଧ ଯୁବକଙ୍କଠାରୁ ଏକ କାଗଜ ମିଳିଛି । ସେଥିରେ ଏକ କୋର୍ଡଓ୍ବାର୍ଡ ଲେଖାଥିଲା । ଯୁବକଙ୍କୁ ନିକଟରୁ ଦୁଇଟି ପରିଚୟ ପତ୍ର ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମିଳିଛି । ଉଭୟ ପରିଚୟ ପତ୍ରରେ ଯୁବକଙ୍କ ନାଁ ଭିନ୍ନ ଭିନ୍ନ ରହିଛି । ଡ୍ରାଇଭିଂ ଲାଇସେନ୍ସରେ ଯୁବକଙ୍କ ନାଁ ଫିରଦୋସ ଥିବାବେଳେ ଆଧାର କାର୍ଡରେ ତାଙ୍କ ନାଁ ଅହମ୍ମଦ ଅହଙ୍ଗେର ରହିଛି । ଯିଏ ରଥସୁନ ବୀରବାହ, ବଡଗାମର ବାସିନ୍ଦା । ଯୁବକଙ୍କ ନିକଟରୁ ଗୋଟିଏ ବ୍ୟାଗ୍ ମଧ୍ୟ ଜବତ ହୋଇଛି ।

ସେ ପ୍ରଥମେ କହିଥିଲା ଯେ, ୨୦୧୬ରେ ବୁଲିବା ପାଇଁ ଦିଲ୍ଲୀ ଆସିଥିଲେ । ପୁଣି କହିଥିଲା ସେ ଲକ୍ ଡାଉନ୍ ରେ ଦିଲ୍ଲୀ ଆସିଥିଲା ଏବଂ ସେବେଠାରୁ ସେ ଏଠାରେ ଅଛି । ସେ କେତେବେଳେ ଜାମିଆ, ପୁଣି ନିଜାମୁଦ୍ଦୀନ ତ କେତେବେଳେ ଜାମା ମସଜିଦ ଅଞ୍ଚଳରେ ରହୁଥିବା ସୂଚନା ଦେଇଥିଲା ।

   Related Posts