ପାକ୍ ସୀମା ସମୁଦ୍ରରୁ ମିଳିଲା ସନ୍ଦିଗ୍ଧ ନୌକା, ଦକ୍ଷିଣଭାରତୀୟ ରାଜ୍ୟଙ୍କ ଲାଗି ସେନାର ସତର୍କତା, ହୋଇପାରେ ଆତଙ୍କବାଦୀ ଆକ୍ରମଣ

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ:  ଦକ୍ଷିଣ ଭାରତୀୟ ରାଜ୍ୟଙ୍କ ଲାଗି ଆତଙ୍କବାଦୀ ଆକ୍ରମଣ ନେଇ ଭାରତୀୟ ସେନା ସତର୍କତା ଜାରି କରିଛି। ଏଭଳି ଆକ୍ରମଣ ନେଇ ଆମକୁ ଇନ-ପୁଟ୍ ସୂଚନା ମିଳିଥିବା ସାଉଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ.କେ.ସୈନୀ ସୋମବାର କହିଛନ୍ତି। ଭାରତ ଓ ପାକ ଜଳସୀମା ମଧ୍ୟବର୍ତ୍ତୀ ଗୁଜରାଟର ସରକ୍ରିକ୍ ଅଞ୍ଚଳରୁ କିଛି ସନ୍ଦିଗ୍ଧ ଡଙ୍ଗା ମିଳିଛି। ତେବେ ଏଥିରେ ଆତଙ୍କବାଦୀ ଆସିଥିଲେ କି ନା ତାହା ଏବେ ଅନୁସନ୍ଧାନ କରାଯାଉଥିବା ସୈନୀ କହିଛନ୍ତି।

{"id":155411}

ତେବେ ସେନା ସୂଚନା ମିଳିବା ମାତ୍ରେ କେରଳ ଡିଜିପି ଲୋକନାଥ ବେହେରା ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟମାସରୁ ପାକ୍ ସେନା ସରକ୍ରିକ୍ ରେ ଏସଏସଜି କମାଣ୍ଡୋଙ୍କୁ ମୁତୟନ କରିଛି। ଏଣୁ ପାକିସ୍ତାନ ଏବେ ସମୁଦ୍ର ରାସ୍ତାରେ ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ନେଇ ଗୁଜରାଟ ସରକାରଙ୍କୁ ସତର୍କ କରାଯାଇଥିଲା। ଏଣୁ ଗତ ଗୁରୁବାରଠାରୁ କଚ୍ଛ ଜିଲ୍ଲାର କାଣ୍ଡଲା ଓ ଆଦାନୀ ସମୂହଙ୍କ ମୁନ୍ଦ୍ରା ବନ୍ଦରର ସୁରକ୍ଷା କଡାକଡି କରାଯାଇଥିଲା।

{"id":155412}

ପାକିସ୍ତାନର ଏସଏସଜି କମାଣ୍ଡୋଙ୍କୁ ଇକବାଲ-ବଜୱା ନାମରେ ବି ଜଣାଯାଏ। ଯେଉଁମାନଙ୍କୁ ପାକ୍ ସେନା ଭାରତ ବିରୋଧରେ ଉପଯୋଗ କରିଥାଏ। ଏହି କମାଣ୍ଡୋମାନଙ୍କୁ ବର୍ଡର ଆକ୍ସନ ଟିମ ବା ବ୍ୟାଟ୍ ବୋଲି ମଧ୍ୟ କୁହାଯାଏ। ଏଣୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଭାରତରେ ପାକ୍ ବଡଧରଣର କିଛି କରିବା ଯୋଜନାରେ ଥିବାର  ସନ୍ଦେହ ଏବେ ଦୃଢିଭୂତ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.