Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମହାତ୍ମା ଗାନ୍ଧିଙ୍କ ସମ୍ପର୍କିତ ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍ ଇଣ୍ଡିଆ କ୍ରାଉନ୍ ଜିତିଥିଲେ ସୁସ୍ମିତା ସେନ୍, ହରାଇଥିଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କୁ

19/11/2019 at 4:58 PM

ମୁମ୍ବାଇ୧୯|୧୧: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁସ୍ମିତା ସେନ୍‌। ଲାଇମଲାଇଟ୍ କୁ ଆସିବା ପରଠାରୁ ତାଙ୍କ ଜୀବନଶୈଳୀକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି ସୁସ୍ମିତା।ଏବେ ସୁସ୍ମିତା ଇଣ୍ଡଷ୍ଟ୍ରିଠୁ ଦୂରାଇ ଅଛନ୍ତି ସତ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନର ଖବର ସବୁବେଳେ ଚର୍ଚ୍ଚାରେ ରହେ।

ଏବେ ସେ ନିଜର ପୂରା ଧ୍ୟାନ ପରିବାର ଓ ଛୁଆ ପିଲାଙ୍କ ଉପରେ ଦେଉଛନ୍ତି। ୧୯୯୪ ମସିହାରେ ମିସ୍ ୟୁନିଭର୍ଶ ଟାଇଟଲ ବିଜୟୀ ଭାରତୀୟ ସୁନ୍ଦରୀ ସୁସ୍ମିତାଙ୍କର ଆଜି ଜନ୍ମଦିନ। ଆଜି ସୁସ୍ମିତା ନିଜର ୪୪ତମ ଜନ୍ମଦିନ ପାଳନ କରିବେ।

୧୯୯୪ ମସିହାରେ ସୁସ୍ମିତା ମିସ୍‌ ଇଣ୍ଡିଆ ହୋଇଥିଲେ। ସେହି ସମୟରେ ଉଭୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ଓ ସୁସ୍ମିତା ସେନ୍‌ ମିସ ଇଣ୍ଡିଆ ପେଜେଣ୍ଟରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗୋଆରେ ହୋଇଥିଲା। ସେଦିନ ସମସ୍ତେ ଐଶ୍ବର୍ଯ୍ୟା ଓ ସୁସ୍ମିତାକୁ ନେଇ ଚ୍ୟାଲେଞ୍ଜ ମଧ୍ୟ ଲଗାଇଥିଲେ ।

କାରଣ ଉଭୟ ଜିତିବା ପାଇଁ ଖୁବ ମଜବୁତ ତଥା ଯୋଗ୍ୟ ଥିଲେ।ଶେଷ ରାଉଣ୍ଡ ଯାଏଁ ଉଭୟଙ୍କର ଟାଏ ହୋଇଥିଲା।ଜଜ୍‌ ଉଭୟ ଐଶ୍ବର୍ଯ୍ୟା ଓ ସୁସ୍ମିତାଙ୍କୁ ୯.୩୩ ନମ୍ବର ଦେଇଥିଲେ। ଏହା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଦୁହିଁଙ୍କୁ ଗୋଟିଏ ପ୍ରଶ୍ନ ପଚାରାଯିବ। ଯିଏ ସବୁଠୁ ଭଲ ଉତ୍ତର ଦେବ ସିଏ ମିସ୍‌ ଇଣ୍ଡିଆ କ୍ରାଉନ ଜିତିବ।

ଜଜ୍‌ ଐଶ୍ବର୍ଯ୍ୟାଙ୍କୁ ପଚାରିଥିଲେ ଯେ, ସେ ନିଜ ସ୍ବାମୀଙ୍କ ଭିତରେ କେଉଁ ଗୁଣ ଦେଖିବାକୁ ଚାହାନ୍ତି। ଅପସନରେ ହଲିଉଡ ଅଭିନେତା ରିଜ, ମୈସନ ଓ କୈପୱେଲଙ୍କ ନାଁ ଥିଲା। ଐଶ୍ବର୍ଯ୍ୟା ଉତ୍ତରରେ ମୈସନଙ୍କ ନାଁ କହିଥିଲେ କାରଣ ମୈସନ ଓ ଐଶ୍‌ଙ୍କ ମଧ୍ୟରେ ଅନେକ ସମାନତା ଥିଲା।

ଅପରପକ୍ଷରେ ସୁସ୍ମିତାଙ୍କୁ ପଚାରାଯାଇଥିଲା ଯେ, ତାଙ୍କୁ ନିଜ ଦେଶର ଟେକ୍ସଟାଇଲ ହେରିଟେଜ୍‌ ବିଷୟରେ କଣ ଜଣା ଅଛି। ଏହା କେବେଠୁ ଆରମ୍ଭ ହୋଇଥିଲା ଓ ତାଙ୍କୁ କଣ ପିନ୍ଧିବା ପସନ୍ଦ। ଏହି ପ୍ରଶ୍ନର ସୁସ୍ମିତା ଖୁବ ଭଲ ଭାବେ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ଏହା ମହାତ୍ମା ଗାନ୍ଧିଙ୍କ ସମୟରୁ ଆରମ୍ଭ ହୋଇଥିଲା।

ତାଙ୍କୁ ଇଣ୍ଡିଆନ ଓ ଏଥନିକ୍‌ ୱେର ପିନ୍ଧିବା ବହୁତ ଭଲ ଲାଗେ।ଏହା ଶୁଣି ଜଜ୍‌ ସୁସ୍ମିତାଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହା ପରେ ସୁସ୍ମିତା ୧୯୯୪ ମସିହାରେ ବିଶ୍ବ ସୁନ୍ଦରୀର କ୍ରାଉନ ମଧ୍ୟ ଜିତିଥିଲେ।  

   Related Posts