୨୨ ବର୍ଷର କ୍ୟାରିୟରେ ୨୪ ଫିଲ୍ମ, ସେଥିରୁ ୨୧ ଫ୍ଲପ୍ ତଥାପି ଅଭିନେତ୍ରୀ କୋଟିପତି

Published By : Prameya-News7 Bureau | May 21, 2019 IST

ବଲିଉଡରେ ରହିଛି ଏହି ଅଭିନେତ୍ରୀଙ୍କର ଖୁବ୍ ନାଁ, ଆଜି ବି ତାଙ୍କ  ଫ୍ୟାନମାନେ ତାଙ୍କ ପାଇଁ ପାଗଳ। ଯଦି ଆପଣ ତାଙ୍କ କ୍ୟାରିୟର ଉପରେ ନଜର ପକାଇବେ ତ ୨୨ ବର୍ଷରେ ଅଭିନେତ୍ରୀ ମୋଟ ୨୪ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେ ସବୁ ଫିଲ୍ମର ସଫଳତାକୁ ଯଦି  ବିଚାରକୁ ନିଆଯାଏ ତେବେ ତାଙ୍କର ୧୫ରୁ ଅଧିକ ଫିଲ୍ମ ଫ୍ଲପ ହୋଇଛି। ହେଲେବି ତାଙ୍କ ପପୁଲାରିଟିର ସାମାନ୍ୟ ଆଞ୍ଚ ବି ଆସିନି। ଆଜି ବି ତାଙ୍କୁ ଖୁବ୍ ପସନ୍ଦ କରନ୍ତି ଲୋକେ। ଏଠାରେ ଯେଉଁ ଅଭିନେତ୍ରୀଙ୍କର ଆମେ ଆଲୋଚନା କରୁଛେ ସେ ଆଉ କେହି ନୁହନ୍ତି ସମସ୍ତଙ୍କ ପ୍ରୀୟ ସୁଷ୍ମିତା ସେନ୍। ଚାଲନ୍ତୁ ଜାଣିବା ତାଙ୍କ ସମ୍ପର୍କିତ କିଛି କଥା।

{"id":114481}

୧୯୯୪ ମସିହାରେ ମିସ୍ ୟୁନିଭର୍ଶ ଟାଇଟଲ ବିଜୟୀନୀ ଭାରତୀୟ ସୁନ୍ଦରୀ ସୁସ୍ମିତା ସେନ୍ ଙ୍କ ବଲିଉଡ କ୍ୟାରିୟର ସେତେଟା ଉତ୍ସାହଜନକ   ନୁହେଁ। ତେବେ ଲାଇମଲାଇଟ୍ କୁ ଆସିବା ପରଠାରୁ ତାଙ୍କ ଜୀବନଶୈଳୀକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହି ଆସିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୁସ୍ମିତା ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ୧୧ ଜଣ ବୟଫ୍ରେଣ୍ଡଙ୍କୁ ଡେଟ କରିଛନ୍ତି। ଏବେ ଶୁଣିବାକୁ ମିଳୁଛି ସେତାଙ୍କ ଠାରୁ ୧୫ ବର୍ଷ କମ ବୟସ୍କ ଜଣେ ଯୁବକଙ୍କୁ ଡେଟ୍ କରୁଛନ୍ତି ବୋଲି। ତେବେ ସୁସ୍ମିତାଙ୍କ ସମ୍ପର୍କରେ ଯାହା ଶୁଣା ଯାଏ ସେ ତାଙ୍କ ଜୀବନକୁ ନିଜ ଭଳି ବଞ୍ଚିବାକୁ ପସନ୍ଦ କରନ୍ତି।

{"id":114482}

ସୁସ୍ମିତାଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୮୦ କୋଟି ଟଙ୍କା। ଅଭିନୟ କ୍ୟାରିୟରରେ ଅନେକ ଫିଲ୍ମ ଫ୍ଲପ୍ ହେବା ପରେ ବି ସେ ଫିଲ୍ମରେ ଅଭିନୟ ଅଫର ମିଳିଲେ ୩କୋଟି ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିବା ଶୁଣିବାକୁ ମିଳୁଛି। ସୁସ୍ମିତାଙ୍କ କଥା କହିବା ଶୈଳିହିଁ ଲୋକଙ୍କୁ ତାଙ୍କପ୍ରତି ଆକର୍ଷିତ କରିଥାଏ।ଏଣୁ ଅନେକ ଲୋକେ ତାଙ୍କୁ ଆଗ୍ରହର  ସହ ଶୁଣିଥାନ୍ତି। ୨୦୧୦ ମସିହାରୁ ବଡ ପରଦାରେ ତାଙ୍କର ଗୋଟିଏ ବି ଫିଲ୍ମ ଆସି ନାହିଁ। ଏହା ସତ୍ତ୍ବେ ସେ ଯେଉଁ ସୋକୁ ଯାଉଛନ୍ତି କେବଳ ତାଙ୍କୁ ଦେଖିବାକୁ ଭିଡ ଜମୁଛି। ସେ ଏପର୍ଯ୍ୟନ୍ତ ବିବାହତ କରିନାହାନ୍ତି, ହେଲେ କିଛି ଝିଅଙ୍କୁ ଆଡପ୍ଟ କରିଛନ୍ତି । ଯେଉଁମାନଙ୍କ ସହ ସେ ଅବସର କଟାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.