ଦୁଇ ଝିଅଙ୍କ ସହ ସୁସ୍ମିତା ସେନ୍‌ଙ୍କ ଡ୍ୟାନ୍ସ ପ୍ରାକ୍ଟିସ, ସୋସିଆଲ ମିଡିଆରେ Video Viral

Published By : Prameya-News7 Bureau | January 02, 2020 IST

ମିସ୍ ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କ ଏକ ପ୍ରାକ୍ଟିସ୍ ଭିଡିଓ ଏବେ ଇଂଷ୍ଟାରେ ଖୁବ୍ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ ହେବା ପରଠାରୁ ଏପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଫଲୋର୍ସ ଦେଖିସାରିଲେଣି। ଆଜିକାଲି ବଡ ସ୍କ୍ରିନରେ ସୁସ୍ମିତା ଆଉ ଦେଖିବାକୁ ମିଳୁନାହାନ୍ତି। ଏଥିରେ ସୋସିଆଲ ମିଡିଆରେ ସୁସ୍ମିତା କେବେ କେବେ ସେୟାର କରୁଥିବା ଫଟୋ ଓ ଭିଡିଓକୁ ତାଙ୍କ ଫ୍ୟାନସ୍ ଓ ଫଲୋର୍ସ ବେଶ ପସନ୍ଦ କରୁଥିବା ଦେଖାଯାଉଛି। ଏଥିରେ ଏହି ଭିଡିଓଟି ଅନ୍ୟତମ।

wp:html
/wp:html

ଭିଡିଓରେ ସୁସ୍ମିତା ତାଙ୍କ ଦୁଇ ଝିଅଙ୍କୁ ନାଚ ଶିଖାଉଥିବାର ଦେଖାଯାଇଛି। ଏଥିରେ ସୁସ୍ମିତା ନିଜେ ପ୍ରାକ୍ଟିସ୍ କରିବା ସହ ଝିଅ ଦୁହିଁଙ୍କୁ କିପରି ଡ୍ୟାନ୍ସ ପ୍ରାକ୍ଟିସ୍ କରିବାକୁ ହେବ କହୁଛନ୍ତି। ଆଇନାରେ ସେମାନେ ମାଙ୍କ ସହ ତାଳ ମିଳାଉଥିବା ଦେଖାଯାଇଛି। ଯଦିଓ ସେମାନେ ମାଁଙ୍କ ଭଳି ନୃତ୍ୟ କରିପାରୁନାହାନ୍ତି, ତଥାପି ଉଦ୍ୟମ ବି ଛାଡୁ ନାହାନ୍ତି। ସାନଟି ମାଙ୍କ ସହ ପ୍ରାକ୍ଟିସ କରୁଥିବା ବେଳେ ବଡଟି ଦୂରରୁ ଅନୁକରଣ କରୁଛି ଓ ଅଭ୍ୟାସ କରିବାକୁ ଚେଷ୍ଟା କରୁଛି। ସାଙ୍ଗରେ ଅଭ୍ୟାସ ବି କରୁଛି।

{"id":205939,"width":579,"height":390,"sizeSlug":"large"}

ସୁସ୍ମିତା ଭିଡିଓ ସହ ଏକ ସୁନ୍ଦର ପୋଷ୍ଟ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ନୃତ୍ୟ କରିବା ବେଳେ ତୁମକୁ କେହି ଦେଖୁଛି ସେ ଭାବନା ମସ୍ତିଷ୍କରୁ ବାହାର କରିଦିଅ ଓ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କର। ଆଜିକାଲି ସୁସ୍ମିତାଙ୍କ ସମୟ ସବୁ ଖାଲି କଟୁଛି। ଏଣୁ ଅଧିକାଂଶ ସମୟ ସେ ସୋସିଆଲ ମିଡିଆରେ କଟାଉଥିବା ଦେଖାଯାଉଛି। ଏହି କ୍ରମରେ ସେ ଏହି ନୂଆ ଭିଡିଓଟି ପୋଷ୍ଟ କରିଥିବା ବେଳେ ଫଲୋର ଖୁବ୍ କମେଣ୍ଟ ବି ଲେଖୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.