Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ମହିଳା ଦିବସରେ କଣ୍ଠଶିଳ୍ପୀ ସୁସ୍ମିତା ଦାଶଙ୍କ ଭେଟି, ଦର୍ଶକଙ୍କ ପାଇଁ ଆଣିଛନ୍ତି ମନଛୁଆଁ ଗୀତ

5/03/2021 at 9:08 AM

ଭୁବନେଶ୍ୱର, ୦୫/୦୩:  ଓଡିଶାରେ ଘରେ ଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ । ମହିଳା ଦିବସ ଉପଲକ୍ଷେ ସେ ଦର୍ଶକଙ୍କୁ ପାଇଁ ଆଣିଛନ୍ତି ଏକ ମନଛୁଆଁ ତଥା ଭାବପୂର୍ଣ୍ଣ ଗୀତ । ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଗୀତ “ଆଇଗିରି ନନ୍ଦିନୀ”କୁ ସେ ଲୋକାର୍ପିତ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଥିଲେ ସୁସ୍ମିତା ଦାଶ, ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ସଂଯୋଜକ ଦେବ ମେହେର । ନୂଆ ଗୀତ ରିଲିଜ ହେବା ଅବସରରେ ଗଣମାଧ୍ୟମ ଜରିଆରେ ସୁମିତ ଦିକ୍ଷିତ ମହିଳା ସଶକ୍ତିକରଣ ତଥା ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଓଡିଶା ମାଟି ସହ ପୁଙ୍ଖାନୁପୁଙ୍ଖ ଭାବେ ଜଡିତ କଣ୍ଠଶିଳ୍ପୀ ସୁସ୍ମିତା ଦାଶ ପୂର୍ବରୁ ନିଜ ଗୀତ ଜରିଆରେ ପ୍ରତ୍ୟକ୍ଷ ଭାବେ ଅନେକ ପର୍ବପର୍ବାଣୀ ଓ କଳା ସଂସ୍କୃତିର ପ୍ରଚାର କରିଆସିଛନ୍ତି । ନିକଟରେ “ଶୀତ ଉପରେ ଶୀତ ଫେରିଲା” ଓ ଭ୍ୟାଲେଣ୍ଟାଇନ୍ ଡେ ଅବସରରେ “ତୁମେ ଥରୁଟେ ଛୁଇଁ ଦେଲାପରେ” ଭଳି ଗୀତ ମୁକ୍ତିଲାଭ କରିଥିଲା । ଦର୍ଶକଙ୍କ  ନିକଟରେ ଏହି ଦୁଇଟି ଗୀତ ଖୁବ ଲୋକପ୍ରିୟ ହେବା ସହ ଏହାର ଭିୟର୍ସିପ ୧୦ ମିଲିୟନ୍‌ରୁ ଅଧିକ ରହିଥିଲା ।

ଆଗାମୀ ଦିନରେ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ଖୁବଶୀଘ୍ର ଆଦିବାସୀ ଲୋକଗୀତ ଉପରେ ଆଧାରିତ ଏକ ଗୀତ ରିଲିଜ୍ କରିବାର ଯୋଜନା ରହିଛି ।

   Related Posts