ହକି ଷ୍ଟିକରେ ସାଗରଙ୍କୁ ଆକ୍ରମଣ କରିଥିଲେ ସୁଶିଲ କୁମାର ! କଣ ଘଟିଥିଲା ସେହି ରାତିରେ ? ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ, ୨୮|୧୧: ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁଶିଲ କୁମାରଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ହକି ଷ୍ଟିକରେ ସାଗରଙ୍କୁ ଆକ୍ରମଣ କରୁଛନ୍ତି । ଏହି ଫଟୋ ସେହି ଭିଡିଓ କ୍ଲିପରୁ ନିଆଯାଇଛି, ଯାହାକୁ ଆକ୍ରମଣ ବେଳେ ଉପସ୍ଥିତ ଥିବା ସୁଶିଲଙ୍କ ସହଯୋଗୀ ମୋବାଇଲ କ୍ୟାମେରାରେ ନେଇଛନ୍ତି ।

ଦିଲ୍ଲୀ ପୋଲିସ ରିମାଣ୍ଡ ବେଳେ ସୁଶିଲ କୁମାର ଓ ତାଙ୍କ ସହଯୋଗୀ ଅଜୟ ବକରଓ୍ୱାଲାଙ୍କୁ ଲଗାତର ଭାବେ ପଚରାଇଚୁରା କରୁଛି । ତେବେ ସୁଶିଲ ବାରମ୍ବାର ସାଗରଙ୍କୁ ହତ୍ୟା କରିନଥିବା ଜେରା ବେଳେ ଦାବି କରୁଛନ୍ତି । ସେ କେବଳ ତାଙ୍କୁ ଡରାଇବାକୁ ଚାହୁଁଥିଲେ ବୋଲି ସୁଶିଲ ସଫେଇ ଦେଇଛନ୍ତି । ତେବେ ତାଙ୍କୁ ପୋଲିସ ଭିଡିଓ ଦେଖାଇବା ପରେ ତାଙ୍କ ମୁହଁ ଶୁଖିଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ସୁଶିଲ ଓ ତାଙ୍କ ସହଯୋଗୀମାନେ ଅତି ନିର୍ଦ୍ଦୟ ଭାବେ ସାଗରଙ୍କୁ ମାଡ ମାରିଚାଲିଛନ୍ତି । ଏପରିକି ସାଗର ଲହୁଲୁହାଣ ଅବସ୍ଥାରେ ରାସ୍ତାରେ ପଡିଛନ୍ତି  ଓ ସେଠାରେ ସୁଶିଲ ହକି ଷ୍ଟିକ୍ ଧରି ଛିଡା ହୋଇ ଦେଖୁଛନ୍ତି ।

ସୂଚନାଯୋଗ୍ୟ, ପୋଲିସ ଏହି ମାମଲାରେ ସୁଶିଲ କୁମାରଙ୍କ ସହ ତାଙ୍କର ୭ ସହଯୋଗୀଙ୍କୁ ଗିରଫ କରିସାରିଛି । ୭ଜଣଙ୍କ ମଧ୍ୟରୁ ଗିରଫ ହୋଇଥିବା ୪ ଜଣ ଗ୍ୟାଙ୍ଗଷ୍ଟର କାଲା ଅଷାଧା ଓ  ନୀରଜ ବାବାନିଆ ପାଇଁ କାମ କରୁଥିଲେ । ଆକ୍ରମଣ ବେଳେ ସୁଶିଲଙ୍କ ସହ ଏତେ ଗୁଣ୍ଡାଶ୍ରେଣୀର  ଓଗ୍ୟାଙ୍ଗଷ୍ଟର ରହିଥିବାରୁ ତାଙ୍କୁ ଗ୍ୟାଙ୍ଗଷ୍ଟର୍ ଲିଙ୍କ୍ ନେଇ ମଧ୍ୟ ପଚରାଉଚରା କରାଯାଉଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବାକୁ ଚାହୁଁଛି । ଯାହା ଦ୍ୱାରା ସମସ୍ତ ସତ ଉପରୁ ପରଦା ହଟିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.