ଆତ୍ମ ସମର୍ପଣ କରିବେ ସୁଶିଲ କୁମାର ! କୋର୍ଟ ଜାରି କରିଥିଲେ ଜାମିନ ବିହୀନ ଓ୍ୱାରେଣ୍ଟ

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ, ୧୮।୦୫:  ସାଗର ଧନଖଡ଼ ହତ୍ୟା ମାମଲାରେ ଫେରାର ଅଲିମ୍ପିଆନ୍‌ ସୁଶିଲ କୁମାର ଆତ୍ମ ସମର୍ପଣ ପାଇଁ ଚିନ୍ତା କରୁଛନ୍ତି । ସେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରର କୌଣସି କୋର୍ଟରେ ଆତ୍ମ ସମର୍ପଣ କରିପାରନ୍ତି ।  ଏକ ହ୍ୱାଟସଆପ୍ କଲରୁ ଏନେଇ ସୂଚନା ମିଳିଛି ।

ତଦନ୍ତରେ ସାମିଲ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁଶିଲ ଓ ତାଙ୍କ ସହଯୋଗୀଙ୍କୁ ଗିରଫ ପାଇଁ ଲଗାତର ଭାବେ ଚଢଉ କରାଯାଉଛି । ଦିଲ୍ଲୀ ପୋଲିସ ତାଙ୍କ ଉପରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ସୁଶିଲଙ୍କ ସହଯୋଗୀ ଅଜୟ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଛି। ସାଗର ଧନଖଡ଼ ହତ୍ୟାକାଣ୍ଡ ମାମଲାରେ ରେସଲର ସୁଶିଲ କୁମାରଙ୍କୁ ପୋଲିସ ଖୋଜୁଛି।

ସୂଚନାଯୋଗ୍ୟ, ରୋହିଣୀ କୋର୍ଟ ସୁଶିଲ ଏବଂ ୬ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରିଛି। ମୋବାଇଲ ଲୋକେସନ ଏବଂ ଯାଞ୍ଚରୁ ଜଣାପଡ଼ୁଛି ଯେ, ସୁଶିଲ ହରିଦ୍ବାରର ଏକ ବାବାଙ୍କ ଆଶ୍ରମରେ ଲୁଚିଛନ୍ତି। ତାଙ୍କ ବିରୋଧରେ ପୋଲିସ ଲୁକ୍‌ଆଉଟ୍‌ ନୋଟିସ୍‌ ମଧ୍ୟ ଜାରି କରିସାରିଛି। ଷ୍ଟାଡିୟମରେ କାମ କରୁଥିବା ୧୭ ଲୋକଙ୍କ ବୟାନ ମଧ୍ୟ ରେକର୍ଡ ସରିଛି।

ସାଗରକୁ ମାଡପିଟ୍‌ ବେଳେ ବଞ୍ଚାଇବାକୁ ଚେଷ୍ଟା କରିଥିବା ୩ ରେସଲର ଭକ୍ତୁ, ସୋନୁ ଏବଂ ଅମିତଙ୍କର ମଧ୍ୟ ପୋଲିସ ବୟାନ ରେକର୍ଡ କରିଛି। ହତ୍ୟାକାଣ୍ଡରେ ଗିରଫ ହୋଇଥିବା ପ୍ରିନ୍ସ ଦଲାଲ ମୋବାଇଲ୍‌ ଭିଡିଓକୁ ଯାଞ୍ଚ ପାଇଁ ପୋଲିସ ଫରେନ୍ସିକ୍‌ ଲାବ ପଠାଇଥିଲା। ତାର ରିପୋର୍ଟ ମଧ୍ୟ ଆସିସାରିଛି। କୋର୍ଟ​ରେ ଏହାକୁ ଦିଆଯାଇଛି। ସୁଶିଲ ଏବଂ ସାଥି ସାଗରକୁ ରଡ୍‌ ଏବଂ ବାଡିରେ ପିଟୁଥିବା ବେଳେ ପ୍ରିନ୍ସ ହିଁ ମୋବାଇଲରେ ସୁଟ୍‌ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.