Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଲେ ସୁଶୀଲ ଚନ୍ଦ୍ରା, କାର୍ଯ୍ୟକାଳ ମଧ୍ୟରେ ହେବ ଆଗାମୀ ନିର୍ବାଚନ

13/04/2021 at 3:30 PM

ନୂଆଦିଲ୍ଲୀ ୧୩/୦୪ : ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେଇଛନ୍ତି ସୁଶୀଲ ଚନ୍ଦ୍ରା । ସୁନୀଲ ଆରୋରରାଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବେ ସୁଶୀଲ ଚନ୍ଦ୍ରା ଦାୟିତ୍ବ ଭାର ଗ୍ରହଣ କରିଛନ୍ତି । ସେ ୨୦୨୨ ମସିହା ମେ ୧୪ ଯାଏଁ ସିଇସି ରହିବେ ।

ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୂଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁଶୀଲ ଚନ୍ଦ୍ରାଙ୍କୁ ଏପ୍ରିଲ ୧୩ ତାରିଖ ୨୦୨୧ରୁ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରାଯାଇଥିଲା । ଚନ୍ଦ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଗୋଆ, ମଣିପୁର , ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେହିଭଳି ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୪ ତାରିଖରେ ଶେଷ ହେବାକୁ ଯାଉଛି ।

ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେବା ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡର ଅଧ୍ୟକ୍ଷ ଥିଲେ ସୁଶୀଲ ଚନ୍ଦ୍ରା । ସେ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ବ ନେବା ପରେ ରାଜୀବ କୁମାରଙ୍କୁ ନିର୍ବାଚନ କମିସନର ଭାବେ ଦାୟିତ୍ବ ମିଳିଛି ।

Rajiv Kumar assumes charge as new Election Commissioner of India | India  News - Times of India

   Related Posts