ଲକ୍ଡାଉନ୍ର ସକରାତ୍ମକ ପ୍ରଭାବ, ପ୍ରଦୂଷଣ କମ୍ ପାଇଁ ଓଜନ ଗ୍ୟାସର ବଳୟ ଏବେ ବିଶ୍ୱକୁ ଦେଇଛି ବଳ
29/03/2020 at 7:23 PM

ଭୁବନେଶ୍ବର ୨୯।୦୩: ବିଶ୍ବ ବ୍ୟାପୀ ଲକ ଡାଉନରେ ଲୋକେ ନାକେଦମ୍ ହୋଇଗଲେଣି। କିନ୍ତୁ ଏହାରି ଭିତରେ କିନ୍ତୁ ଗୋଟିଏ ଖୁସିର ଖବର ଯେ ପୃଥିବୀକୁ ଘେରି ରହିଥିବା ଓଜନ ଲେୟାର ଏବେ ସୁସ୍ଥ ହେଉଛି। ତେବେ ଓଜନ ଲେୟାର ସୁସ୍ଥ ହେବା ଦ୍ବାରା ମଣିଷ ଉପରେ ଏହାର କି ପ୍ରଭାବ ପଡ଼ିବ ଦେଖନ୍ତୁ।
ଓଜନ ଲେୟାର। ପୃଥିବୀକୁ ଘେରି ରହିଛି ଓଜନ ଗ୍ୟାସର ଏହି ବଳୟ। ଓଜନ ଲେୟାର ହିଁ ସୂର୍ଯ୍ୟଙ୍କ ହାନିକାରକ କିରଣକୁ ଅଟକାଇଥାଏ, ଯାହାର ପ୍ରଭାବ ପୃଥିବୀର ଜୀବଜଗତ ଉପରେ ପଡିନଥାଏ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ ବା ଅଲଟ୍ରା ଭାୟୋଲେଟ କିରଣର ପ୍ରଭାବ ମଣିଷ ସମେତ ସାରା ଜୀବ ଜଗତ ଉପରେ ପଡ଼ିନଥାଏ । ସମୁଦ୍ରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ। ଓଜନ ଲେୟାର ନଥିଲେ ଜୀବଜଗତ ତିଷ୍ଠିବି ପାରିନଥାଏ। ହେଲେ ଶିଳ୍ପ ବିପ୍ଲବ, ଗାଡ଼ି ମଟରର ଧୂଆ, ଏମିତି ଗ୍ରୀନ ହାଉସ୍ ଗ୍ୟାସ ଏହି ଓଜନ ଲେୟାରକୁ କ୍ଷତ ବିକ୍ଷତ କରିଦେଥିଲା। ଏଥିପାଇଁ ସାରା ବିଶ୍ବର ବୈଜ୍ଞାନିକମାନେ ଚିନ୍ତାଗ୍ରସ୍ତ ଥିଲେ। ଦକ୍ଷିଣ ମେରୂ ନିକଟରେ ଓଜନ ଲେୟାରରେ ହୋଇଥିବା ଛିତ୍ର ବଢ଼ି ବଢ଼ି ଚାଲୁଥିଲା। ଯାହାର ପ୍ରଭାବ ଆଣ୍ଟାର୍କଟିକା ଉପରେ ପଡୁଥିଲା। ଆଣ୍ଟାର୍କଟିକା ତରଳୁଥିଲା। ୧୯୮୭ରେ ମନଟ୍ରେୟାଲ ଚୁକ୍ତି ସ୍ବାକ୍ଷର ହୋଇଥିଲା।
ବିଶ୍ବର ପ୍ରମୁଖ ଦେଶଗୁଡ଼ିକ ଓଜନ ଲେୟାରର ରକ୍ଷଣାବେକ୍ଷଣ ନେଇ ସକାରାତ୍ମକ ପଦକ୍ଷେପ ନେବାକୁ ରାଜି ହୋଇଥିଲେ। ଗ୍ରୀନ ହାଉସ ଗ୍ୟାସ, ରେଫ୍ରିଜେରେଟର ଗ୍ୟାସ, ହେୟାର ସ୍ପ୍ରେ , ଶିଳ୍ପ ଧୂଆଁ ଇତ୍ୟାଦି କମାଇବା ଲାଗି ଆରମ୍ଭ ହୋଇଥିଲା ଅଭିଯାନ। ଏହାର ପ୍ରଭାବ ଧିରେ ଧିରେ ଅନୁଭୂତ ହୋଇଥିଲା । କରୋନାକୁ ନେଇ ବିଶ୍ବବ୍ୟାପୀ ଏବେ ଭୟର ବାତାବରଣ । ପୃଥିବୀ କିନ୍ତୁ ଏବେ ଶାନ୍ତିରେ ନିଶ୍ବାସ ନେଇପାରୁଥିବ ଚର୍ଚ୍ଚା ହେଉଛି । ଶିଳ୍ପ ବନ୍ଦ, ଗାଡି଼ ମଟର ବନ୍ଦ। ଥାଣ୍ଡା ଭୟରେ ଏସି ମଧ୍ୟ ବନ୍ଦ । ପଲ୍ୟୁସନ ଲେଭେଲ ଆଖି ଦୃଶିଆ ଭାବେ ହ୍ରାସ ପାଇଛି । ଯେଉଁ ସହରକୁ ପ୍ରଦୂଷଣ ବନ୍ଦ କରିଦେଇଥିଲା ସେ ସହର ଏବେ ବନ୍ଦ ଅଛି କିନ୍ତୁ ପରିବେଶ ସୁଧୁରିଯାଇଛି ବଡ଼କଥା ହେଉଛି ଓଜନ ଲେୟାରେ ଦେଖାଦେଇଥିବା ଛିତ୍ର ଏବେ ଧିରେ ଧିରେ ବନ୍ଦ ହେଉଛି। ମାନେ ଓଜନ ଲେୟାର ସୁସ୍ଥ ହେଉଛି । ଏହି ଲକ୍ ଡାଉନର ଭଲ ପ୍ରଭାବ ବେଶ୍ କିଛି ବର୍ଷ ପର୍ଯ୍ୟନ୍ତ ଅନୁଭୂତ ହେବ।