ସୁସ୍ମିତା ସେନଙ୍କ ଧମକ : ‘ମୋ ପରିବାରର କାହାରି ବି କ୍ଷତି କରିବ ତ ମୋଠୁ ବର୍ତ୍ତିବ ନାହିଁ’

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨/୬: ସୁସ୍ମିତା ସେନଙ୍କ ଓ୍ବେବ୍ ସିରିଜ ଆର୍ଯ୍ୟା ନିକଟରେ ରିଲିଜ ହୋଇଛି। ଏହି ସିରିଜ​‌ରେ ସୁସ୍ମିତାଙ୍କ ଦମଦାର ଅଭିନୟର ଖୁବ୍ ପ୍ରଶଂସା ହେଉଛି। ଏଥିରେ ଦେଖାଯାଇଛି ଯେ ସୁସ୍ମିତା ସେନ ନିଜ ସ୍ବାମୀଙ୍କ ପରଲୋକ ପରେ କିପରି ତାଙ୍କ ବ୍ୟବସାୟ ଏବଂ ପିଲାଙ୍କୁ ଏକୁଟିଆ ହ୍ୟାଣ୍ଡଲ୍ କରୁଛନ୍ତି। ରିୟଲ୍ ଲାଇଫରେ ମଧ୍ୟ ସୁସ୍ମିତା ସେନ ନିଜ ପରିବାରକୁ ବହୁତ ଭଲ ପାଆନ୍ତି। ନିକଟରେ ସୁସ୍ମିତା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି କେହି ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିବେ ତେବେ ସେ ତାଙ୍କଠୁ ବଞ୍ଚି ପାରିବେ ନାହିଁ।

{"id":289809,"sizeSlug":"large"}

ଏକ ସାକ୍ଷାତକାରରେ ସୁସ୍ମିତା କହିଥିଲେ,‘ ସେ ବହୁତ ଶାନ୍ତ ମଣିଷ। ତାଙ୍କୁ ଜୀବନରେ ଡ୍ରାମା ପସନ୍ଦ ନୁହେଁ। ସେ ନକରାତ୍ମକା ଏବଂ ଡ୍ରାମାରୁ ଦୂରେଇ ରୁହନ୍ତି। କିନ୍ତୁ ଯଦି କେହି ତାଙ୍କ ପରିବାର ଉପରେ ଆଟାକ୍ କରିବ ଏବଂ ଯାହା ସହିତ ତାଙ୍କର ହୃଦୟର ସମ୍ପର୍କ ରହିଛି ,ଯଦି କେହି ତାଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିବେ ତେବେ ତାଙ୍କ ପଞ୍ଝାରୁ ସେହି ମଣିଷ ବର୍ତ୍ତି ପାରିବେ ନାହିଁ ଏବଂ ସେହି ସମୟରେ ତାଙ୍କର ସବୁ ଶାନ୍ତି ଚାଲିଯିବ। ସେ ସବୁବେଳେ ନିଜ ପରିବାରର ସୁରକ୍ଷା କରିବେ।’

{"id":289804,"sizeSlug":"large"}

ଏହି ଶୋ ରେ ସେ ୩ପିଲାଙ୍କ ମା’ଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ସୁସ୍ମିତା କହିଛନ୍ତି,‘ତାଙ୍କ ବଡ଼ ଝିଅ ବୁଦ୍ଧିମତୀ,ସେ ଶୋର କାହାଣୀକୁ ବୁଝିଛନ୍ତି। ସେ ଅଭିନୟ ମଧ୍ୟ ବୁଝି ପାରନ୍ତି। କିନ୍ତୁ ସାନ ଝିଅ ଅଲିଜାଙ୍କୁ ଆରମ୍ଭରୁ ଭଲ ଲାଗିନଥିଲା କାରଣ ସେ ତାଙ୍କୁ କେବେ ଆକ୍ଟିଂ କରୁଥିବାର ଦେଖି ନାହାନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.