Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅକ୍ସିଜେନ୍ ଅଭାବ ନେଇ ମୁହଁ ଖୋଲିଲେ ସୁସ୍ମିତା ସେନ୍, କହିଲେ – ସିଲିଣ୍ଡର୍ ଅଛି କିନ୍ତୁ ପଠାଇବି କେମିତି ?

23/04/2021 at 11:37 AM

ନୂଆଦିଲ୍ଲୀ ୨୩/୦୪: ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ହେତୁ ଡାକ୍ତରମାନେ ମଧ୍ୟ ସାହସ ହରାଇବାକୁ ବସିଲେଣି । ଏପରି ଅନେକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ହସ୍ପିଟାଲ୍ ମ୍ୟାନେଜମେଣ୍ଟ୍ କିମ୍ବା ଡାକ୍ତରମାନେ କରୋନାରେ ଅକ୍ସିଜେନ୍ ସରିଯିବା ଭୟରେ କାନ୍ଦୁଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଶାନ୍ତି ସୁକାନ୍ତ ହସ୍ପିଟାଲର ସିଇଓ ସୁନୀଲ ସାଗରଙ୍କ ଏହିପରି ଭିଡିଓ ଦେଖି ସୁସ୍ମିତା ସେନ୍ ଦୁଃଖ ପ୍ରକାଶ କରିଛନ୍ତି । ସେ ଅକ୍ସିଜେନ୍ ପଠାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ଉପରେ ଜଣେ ୟୁଜର୍ ପ୍ରଶ୍ନ କରିଛନ୍ତି ଯେ ମୁମ୍ବାଇରେ ମଧ୍ୟ ଅଭାବ ଅଛି, ତେବେ ସେ କାହିଁକି ଦିଲ୍ଲୀ ସିଲିଣ୍ଡର ପଠାଇବାକୁ ଚାହୁଁଛନ୍ତି? ସୁସ୍ମିତା ମଧ୍ୟ ଏହାର ଜବାବ ଦେଇଛନ୍ତି ।

ଭିଡିଓକୁ ରିଟ୍ୱିଟ କରି ସୁସ୍ମିତା ସେନ୍ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ହୃଦୟ ବିଦାରକ … ଅକ୍ସିଜେନର ଅଭାବ ସବୁଠାରେ ଅଛି । ମୁଁ କିଛି ସିଲିଣ୍ଡର ବ୍ୟବସ୍ଥା କରିଛି କିନ୍ତୁ ସେମାନଙ୍କୁ ଦିଲ୍ଲୀରୁ ମୁମ୍ବାଇ ପଠାଇବା ପାଇଁ କୌଣସି ଉପାୟ ନାହିଁ… ଦୟାକରି କିଛି ଉପାୟ ପରାମର୍ଶ ଦିଅନ୍ତୁ ।‘ ଭିଡିଓରେ ସୁନୀଲ ସାଗର କହିଛନ୍ତି, ‘ଆମ ପାଖରେ ଅକ୍ସିଜେନ୍ ବହୁତ କମ୍ ଅଛି । ଡିସଚାର୍ଜ ହୋଇପାରୁଥିବା ରୋଗୀଙ୍କୁ ଡିସଚାର୍ଜ କରିବାକୁ ଆମେ ଡାକ୍ତରମାନଙ୍କୁ ଅନୁରୋଧ କରିଛୁ … ଅକ୍ସିଜେନ୍ ପ୍ରାୟ ୨ ଘଣ୍ଟା ଚାଲିବ ।‘

ସୁସ୍ମିତାଙ୍କ ଏହି ଟ୍ୱିଟରେ ଅନେକ ଲୋକ ଦିଲ୍ଲୀ ଅକ୍ସିଜେନ୍ ପଠାଇବାକୁ ଉପାୟ କହିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଯେ ଯେତେବେଳେ ଅକ୍ସିଜେନର ଅଭାବ ସବୁଆଡେ ଅଛି, ତୁମେ ଏହାକୁ ମୁମ୍ବାଇର ଏହିପରି ହସ୍ପିଟାଲକୁ ପଠାଇବା ପରିବର୍ତ୍ତେ ଦିଲ୍ଲୀକୁ କାହିଁକି ପଠାଉଛ?  ସୁସ୍ମିତା ଏହାର ଜବାବରେ କହିଛନ୍ତି, କାରଣ ମୁମ୍ବାଇରେ ଏବେବି ଅକ୍ସିଜେନ୍ ସିଲିଣ୍ଡର ଅଛି । ଦିଲ୍ଲୀକୁ ଏହାର ଆବଶ୍ୟକତା ଅଛି ବିଶେଷ ଭାବରେ ଏହି ଛୋଟ ହସ୍ପିଟାଲକୁ ।  ତେଣୁ ଯଦି ସାହାଯ୍ୟ କରିପାରିବେ କରନ୍ତୁ ।

   Related Posts