Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୋଗ ଗୁରୁ ସୁସ୍ମିତା ସେନ : କହିଲେ ଯୋଗ ଦ୍ବାରା କିଭଳି ରହିବେ ଶାରିରୀକ ଏବଂ ମାନସିକ ସ୍ତରରେ ସୁସ୍ଥ

2/04/2020 at 7:21 PM

ମୁମ୍ବାଇ ୨/୪: କରୋନା ଯୋଗୁଁ ଘୋ​‌ଷିତ ହୋଇଥିବା ଲକଡାଉନ୍ ମଧ୍ୟରେ ଅଭିନେତ୍ରୀ ସୁସ୍ମିତା ସେନ୍ ବୟଫ୍ରେଣ୍ଡ ସହ ଯୋଗ କରୁଥିବା ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟ ସହ ଅଭିନେତ୍ରୀ ଏକ ଖାସ୍ ମ୍ୟାସେଜ ମଧ୍ୟ ସେୟାର କରିଛନ୍ତି।

ଫଟୋ ସହ ସୁସ୍ମିତା କ୍ୟାପସନରେ ଲେଖିଛନ୍ତି- ବିପଦ ସମୟ ସବୁବେଳେ ରହିନଥାଏ… କଠିନ ଲୋକ କରିଥାଆନ୍ତି। ଏହା ସତ। ଜୀବନ ପାଇଁ କମିଟେଡ ରହିବା ଶକ୍ତିଶାଳୀ ଅଟେ। ଆମକୁ ମାନସିକ ଭାବେ ଦୃଢ଼ ଏବଂ ଶାରିରୀକଭାବେ ସୁସ୍ଥ ରହିବାର ଆବଶ୍ୟକତା ରହିଛି,ଯାହା ଫଳରେ ଆମେ ସବୁ ପ୍ରକାରର ସଙ୍କଟ ସମୟର ସମ୍ମୁଖୀନ କରି ପାରିବା।

ଯୋଗ କରୁଥିବାବେଳେ ସୁସ୍ମିତା ଏବଂ ତାଙ୍କ ବୟଫ୍ରେଣ୍ଡ ରୋହମନଙ୍କ ଫଟୋ ଭାଇରାଲ୍ ହୋଇ ଯାଇଛି। ଉଭୟଙ୍କ ଏହି ଯୋଗ ପୋଜ ଦେଖି ଲାଗୁଛି ଯେ ଦୁହେଁ ଦୁହିଁଙ୍କୁ ଭଲ ଭାବେ ବାଲାନ୍ସ କରିଛନ୍ତି।

ଫଟୋରେ ତାଙ୍କ କେମିଷ୍ଟ୍ରି ପରି​‌ଷ୍କାର ଦେଖାଯାଉଛି। ସୁସ୍ମିତା ପୂର୍ବରୁ ମଧ୍ୟ ରୋହମନଙ୍କ ସହ ଯୋଗ ଫଟୋ ସେୟାର କରିଛନ୍ତି।

କ୍ବାରେଣ୍ଟାଇନ ପିରିୟଡରେ ସୁସ୍ମିତା ସେନ ଏବଂ ତାଙ୍କ ବୟଫ୍ରେଣ୍ଡ ରୋହମନ ଶାଲ ଏକାଠି ରହୁଛନ୍ତି। ସୁସ୍ମିତା ଘରେ ତାଙ୍କ ଝିଅମାନଙ୍କ ସହ ସମୟ ବିତାନ୍ତି।

କ୍ବାରେଣ୍ଟାଇନ ଟାଇମରେ ଏହି ଯୋଡ଼ି ପେଣ୍ଟିଂରୁ ଆରମ୍ଭ କରି କୁକିଂ ସବୁ ଏକାଠି କରୁଛନ୍ତି। ସୁସ୍ମିତା ଏବଂ ରୋହମନ ଦୀର୍ଘ ଦିନରୁ ଡେଟ୍ କରୁଛନ୍ତି। ଉଭୟଙ୍କ ସମ୍ପର୍କ ଦିନକୁ ଦିନ ଷ୍ଟ୍ରଙ୍ଗ ହୋଇ ଚାଲିଛି।

ରୋହମନ ସୁସ୍ମିତା ସେନଙ୍କ ଝିଅଙ୍କ ସହ ଭଲ ରିଲେସନ ସେୟାର କରନ୍ତି। ସୋସିଆଲ ମିଡିଆରେ ସୁସ୍ମିତାଙ୍କ ଫ୍ୟାନ୍ସ ଚାହଁନ୍ତି ଯେ ସେ ରୋହମନଙ୍କୁ ବିବାହ କରନ୍ତୁ।

   Related Posts