ବଲିଉଡକୁ ଡେବ୍ୟୁ କରିବେ ସୁଷ୍ମିତା ସେନଙ୍କ ଝିଅ ରିନି

Published By : Prameya-News7 Bureau | October 04, 2020 IST

ମୁମ୍ବାଇ ୦୪/୧୦: ଏବେ ବହୁତ ଷ୍ଟାରକିଡ୍ସ ବଲିଉଡକୁ ଡେବ୍ୟୁ କରୁଛନ୍ତି। ଏବେ ପୁଣି ଜଣେ ଷ୍ଟାରକିଡ୍ ପାଦ ରଖିବାକୁ ଯାଉଛନ୍ତି ବଲିଉଡରେ। ଅର୍ଥାତ୍ ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଝିଅ ରିନି ବଳିଉଡକୁ ଡେବ୍ୟୁ କରିବେ। ୨୧ ବର୍ଷୀୟ ରିମି ‘ସୁଟ୍ଟାବାଜି’ ଫିଲ୍ମରେ ନଜର ଆସିବେ।

ତେବେ ଏ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଏହା ସହ ସୁଟିଂ ସେଟର କିଛି ଫଟୋ ମଧ୍ୟ ଭାଇରାଲ ହେଉଛି। ଫିଲ୍ମର କାହାଣୀ କରୋନା ଉପରେ ଆଧାରିତ। ଅର୍ଥାତ କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ୍ ପରିବାର ଲୋକଙ୍କ ସମ୍ପର୍କରେ କ’ଣ ପ୍ରଭାବ ପକାଇଛି ତାରି ଉପରେ ଏହାର କାହାଣୀ ଆଧାରିତ। ଅବଶ୍ୟ ଫିଲ୍ମ ବାବଦରେ ବେଶି କିଛି ତଥ୍ୟ ସାମ୍ନାକୁ ଆସି ନାହିଁ। ଏଥିରେ ରିନି ବଦମାସ ତଥା ଦୁଷ୍ଟ ଝିଅ ଚରିତ୍ରରେ ନଜର ଆସିବେ। କୋମଲ ଛାବଡିଆ ଓ ରାହୁଲ ବୋହରା ରିନିଙ୍କ ପ୍ୟାରେଣ୍ଟସ ଭୂମିକାରେ ଅଭିନୟ କରୁଛନ୍ତି।

{"id":338613,"sizeSlug":"large"}

ଏ ଫିଲ୍ମର ନିର୍ଦେଶନା ଦାୟିତ୍ବ ତୁଲାଉଛନ୍ତି କବୀର ଖୁରାନା। ଫିଲ୍ମଟି ଡିଜିଟାଲ ଫ୍ଲାଟଫର୍ମରେ ରିଲିଜ୍ ହେବ। ରିନିଙ୍କ ପିଲାଟି ବେଳୁ ଇଚ୍ଛା ଥିଲା ଅଭିନୟରେ କ୍ୟାରିଅର କରିବା ପାଇଁ। ଏ ପାଇଁ ସେ ଟ୍ରେନିଂ ମଧ୍ୟ ନେଇଛନ୍ତି। ଅଭିନୟ ବ୍ୟତୀତ ତାଙ୍କର ଗୀତରେ ରୁଚି ରହିଛି। ଏମିତି ବି କୁହାଯାଉଛି ସେ ତାଙ୍କ ପ୍ରଥମ ଫିଲ୍ମରେ କଣ୍ଠଦାନ ମଧ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.