କୈାଣସି ହୀରୋଠୁ କମ୍ ନୁହଁନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ : ନିଜଠୁ ୮ବର୍ଷ ସାନ ଝିଅକୁ କଲେ କୋର୍ଟ ମ୍ୟାରେଜ

Published By : Prameya-News7 Bureau | June 09, 2019 IST

ମୁମ୍ବାଇ ୯/୬: ସୁଷ୍ମିତା ସେନଙ୍କ ଛୋଟ ଭାଇ ରାଜୀବ ସେନ ନିଜ ଗର୍ଲଫ୍ରେଣ୍ଡ ଚାରୁ ଅସୋପାଙ୍କୁ ବିବାହ କରିଛନ୍ତି। ରାଜୀବ ଏବଂ ଚାରୁ କୋର୍ଟ ମ୍ୟାରେଜ କରିଛନ୍ତି। ବିବାହର ପ୍ରଥମ ଫଟୋ ସାମନାକୁ ଆସିଯାଇଛି। ନିଜ ବିବାହରେ ରାଜୀବ ଧଳା ରଙ୍ଗର ପାଇଜାମା କୁର୍ତ୍ତା ପିନ୍ଧିଥିଲେ। କିନ୍ତୁ ଚାରୁ ନାଲି ଶାଢ଼ୀ ପିନ୍ଧିଥିଲେ। ରାଜୀବ ସୋଶିଆଲ ମିଡିଆରେ ନିଜ ବିବାହର ଫଟୋ ସେୟାର କରିଛନ୍ତି।

{"id":121328,"width":597,"height":421}

ରାଜୀବ ଏବଂ ଚାରୁ ଦୁହେଁ ପରସ୍ପରକୁ ଡେଟ୍ କରିବା ୬ମାସ ହୋଇଥିଲା। ମଇ ୧୬ତାରିଖରେ ରାଜୀବ ଏବଂ ଚାରୁ ରାଜସ୍ତାନୀ ଏବଂ ବଙ୍ଗାଳୀ ରୀତିନୀତିରେ ବିବାହ କରିବେ। ବିବାହରେ କେତେକ ନିକଟ ସମ୍ପର୍କୀୟ ଯୋଗ ଦେବେ।

{"id":121329,"width":596,"height":596}

ଏହା ବିଷୟରେ ଚାରୁ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ। ଚାରୁ ଜଣେ ଟିଭି ଅଭିନେତ୍ରୀ। ସୁଷ୍ମିତା ସେନଙ୍କ ଭାଇ ମଧ୍ୟ କୈାଣସି ହିରୋଠୁ କମ୍ ନୁହଁନ୍ତି। କିନ୍ତୁ ସେ କେବେ ବଲିଉଡରେ କ୍ୟାରିୟର କରିବା ବିଷୟରେ ଭାବିନାହାନ୍ତି।

{"id":121330,"width":596,"height":596}

ରାଜୀବ ନିଜର ବିଜନେସ ସମ୍ଭାଳନ୍ତି ଏବଂ ସେ ଦୁବାଇରେ ରୁହନ୍ତି। ରାଜୀବ ମଧ୍ୟ ନିଜ ଭଉଣୀଙ୍କ ଭଳି ଫିଟନେସ ପ୍ରତି ଧ୍ୟାନ ଦିଅନ୍ତି। ସେ ସବୁବେଳେ ସୋଶିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରନ୍ତି। ଅନେକ ଫଟୋ ଏବଂ ଭିଡିଓରେ ରାଜୀବ ଜିମରେ ଓ୍ବାର୍କଆଉଟ କରୁଥିବା ନଜର ଆସିଛନ୍ତି। ରାଜୀବଙ୍କ ଫଟୋରୁ ଜଣାଯାଏ ଯେ ସେ ବିଳାସମୟ ଜୀବନ ବିତାନ୍ତ ଏବଂ ରଙ୍ଗମଞ୍ଚରୁ ଦୂରେଇ ରୁହନ୍ତି।

{"id":121333,"width":594,"height":371}

ରାଜୀବ ପୂରାପୂରି ବଲିଉଡ ମ୍ୟାଟେରିଆଲ ଅଟନ୍ତି। ତାଙ୍କୁ ଅନେକ ଥର ଫ୍ୟାଶନ ଶୋରେ ରାମ୍ପ ଓ୍ବାକ୍ କରୁଥିବା ଦେଖାଯାଇଛି। ସେ ଦୁବାଇରେ ରହିଲେ ମଧ୍ୟ ପ୍ରାୟତଃ ମୁମ୍ବାଇ ଯିବା ଆସିବା କରନ୍ତି। ରାଜୀବଙ୍କ ନାଁ ଚାରୁଙ୍କ ପୂର୍ବରୁ କୃତି ସାନନଙ୍କ ଭଉଣୀ ନୂପୁର ସାନନଙ୍କ ସହ ଯୋଡ଼ି ସାରିଛି। ରାଜୀବ ତାଙ୍କ ସୋଶିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଥିଲେ।      

{"id":121335,"width":597,"height":297}

   

କିନ୍ତୁ ଉଭୟେ କେବେ ନିଜ ରିଲେସନ ବିଷୟରେ କାହାକୁ କିଛି ଜଣାଇନଥିଲେ। ଏହା ବ୍ୟତୀତ କୃତିକା ସେନଗାରଙ୍କ ସହ ମଧ୍ୟ ତାଙ୍କ ଆଫେୟାର ଖବର ଶୁଣାଯାଇଥିଲା। ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ ତାଙ୍କ ସାନଭାଇଙ୍କୁ ବହୁତ ଭଲ ପାଆନ୍ତି।

{"id":121336,"width":596,"height":335}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.