ମିଳିତ ଜାତିସଂଘରରେ ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ

Published By : Prameya-News7 Bureau | September 30, 2018 IST

ନ୍ୟୁୟର୍କ ୩୦|୯: ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ମିଳିତ ଜାତିସଂଘର ୭୩ ତମ ଅଧିବେଶନରେ ଉଦବୋଧନ ଦେଇ ସୁଷମା କହିଛନ୍ତି- ଭାରତ ପଡ଼ୋଶୀ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପରେ ପୀଡ଼ିତ । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଆତଙ୍କବାଦୀଙ୍କ ସ୍ମୃତିରେ ଡାକ ଟିକଟ୍ ଜାରି କରୁଛି । ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀର ଆଖ୍ୟା ଦେଉଛି । ମୁମ୍ବାଇ ଆତଙ୍କୀ ହମଲାରେ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ଖୋଲାଖୋଲି ପାକିସ୍ତାନରେ ରାଲି କରୁଛି ଓ ଧମକ ବି ଦେଉଛି । ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାକୁ ସୁରକ୍ଷା ଦେବାରେ ବ୍ୟସ୍ତ । ଏଭଳି ସ୍ଥିତିରେ ପାକିସ୍ତାନ ସହ ଦ୍ବିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ ବୋଲି ସୁଷମା କହିଛନ୍ତି । ପାକିସ୍ତାନ ଗୋଟିଏ ପଟେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ଆତଙ୍କବାଦୀଙ୍କୁ ଭାରତକୁ ପଠାଉଛି । ଆତଙ୍କବାଦ ସଂପର୍କରେ ଅନ୍ତର୍ଜାତୀୟ ସମୁଦାୟର ଦୋହରା ନୀତିକୁ ସେ ସମାଲୋଚନା କରିଛନ୍ତି । ପାକିସ୍ତାନ ପରି ଆତଙ୍କବାଦୀ ଦେଶକୁ ଏବେଠାରୁ କାବୁ ନକଲେ ତାହା ସାରାବିଶ୍ବକୁ ଗିଳିଦେବ ବୋଲି ସେ ଚେତେଇ ଦେଇଛନ୍ତି । ଏହାସହ ଆଜିର ବିଶ୍ବ ପରିସ୍ଥିତିକୁ ଦେଖି ଜାତିସଂଘରେ ପରିବର୍ତ୍ତନ କରାନଗଲେ ଲିଗ୍ ଅଫ ନେସନ ପରି ଏହା ବିଫଳ ହୋଇଯିବ ବୋଲି ସୁଷମା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.