Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

‘ଟାଇଗର ଜିନ୍ଦା ହେ’ର ଅସଲି ହୀରୋ ସଲମାନ ଖାନ୍ ନୁହନ୍ତି ବରଂ ସୁଷମା ସ୍ବରାଜ : ଜାଣନ୍ତୁ କେମିତି ?

7/08/2019 at 5:48 PM

ନୂଆଦିଲ୍ଲୀ ୭/୮: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ,ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁଷମା ସ୍ବରାଜଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ୧୯୫୨ମସିହା ଫେବୃୟାରୀ ୧୪ତାରିଖରେ ହରିୟାଣାର ଅମ୍ବାଲା କ୍ୟାଣ୍ଟରେ ଜନ୍ମ ହୋଇଥିବା ସୁଷମା ସ୍ବରାଜ ନିଜ ରାଜନୈତିକ ଜୀବନର ଆରମ୍ଭ ୧୯୭୦ଦଶକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ କରିଥିଲେ। ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ସମୟରେ ଏପରି ଅନେକ କାମ କରିଛନ୍ତି ଯାହା ଫଳରେ ପୂରା ବିଶ୍ବ ତାଙ୍କୁ ମନେ ରଖିବ। ସୁଷମା ସ୍ବରାଜ ସେହି ୪୬ଜଣ ଭାରତୀୟ ନର୍ସଙ୍କ ପାଇଁ ଦେବଦୂତ ହୋଇ ଆସିଥିଲେ ଯାହା ଉପରେ ଫିଲ୍ମ ହୋଇଥିଲା ‘ଟାଇଗର ଜିନ୍ଦା ହେ’।

ଏହି ଫିଲ୍ମର ହିରୋ ସଲମାନ୍ ଖାନ୍ କିନ୍ତୁ ଅସଲ ଜୀବନରେ ସୁଷମା ସ୍ବରାଜ ଇରାକରେ ଫସିଥିବା ୪୬ଜଣ ଭାରତୀୟ ନର୍ସ ଏବଂ ସମଗ୍ର ଦେଶର ହିରୋ ଥିଲେ। ୨୦୧୪ମସିହାରେ ସୁନ୍ନି ଚରମପନ୍ଥୀଙ୍କ ସଙ୍ଗଠନ ଆଇଏସଆଇଏସ୍ ୪୬ଜଣ ଭାରତୀୟ ନର୍ସଙ୍କୁ ବନ୍ଧକ କରିଥିଲା। ସେହି ସମୟରେ ସୁଷମା ସ୍ବରାଜ ସେହି ଭାରତୀୟ ନର୍ସଙ୍କୁ ସେଠାରୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଚାପ ପ୍ରୟୋଗ କରିଥିଲେ।

ଏହି ପୂରା ମାମଲାକୁ ସୁଷମା ସ୍ବରାଜ ନିଜେ ନଜର ରଖିଥିଲେ ଏବଂ ସେ ସେତେବେଳ ଯାଏଁ ଶାନ୍ତିରେ ବସିନଥିଲେ ଯେତେବେଳ ଯାଏଁ ନର୍ସମାନେ ସୁରକ୍ଷିତଭାବେ ଭାରତ ନଫେରିଥିଲେ। ୨୦୧୪ମସିହା ଜୁଲାଇ ୫ତାରିଖରେ ଇରାକରୁ ୪୬ଭାରତୀୟ ନର୍ସଙ୍କୁ ନେଇ ଏୟାର ଇଣ୍ଡିଆର ବିଶେଷ ବିମାନ ମୁମ୍ବାଇ ପହଞ୍ଚିଥିଲା ସେତେବେଳେ ସୁଷମା ସ୍ବରାଜଙ୍କୁ ଶାନ୍ତି ମିଳିଥିଲା।

ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର ଅସଲ କାହାଣୀର କେତେକ ଘଟଣାରେ ପ୍ରେରିତ ଥଲା। ଏହି ଫିଲ୍ମରେ ଦେଖାଯାଇଥିଲା ଯେ ଟାଇଗର ଅର୍ଥାତ୍ ସଲମାନ ଖାନ୍ ୪୦ଜଣ ନର୍ସଙ୍କ ଜୀବନ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଛନ୍ତି। ଏଥିରେ ୨୫ଜଣ ଭାରତୀୟ ଏବଂ ୧୫ଜଣ ପାକିସ୍ତାନୀ ନର୍ସ ଅଛନ୍ତି କିନ୍ତୁ ଅସଲ କାହାଣୀରେ ୪୬ଜଣ ନର୍ସ ଭାରତର କେରଳରେ ରୁହନ୍ତି। ଅସଲ ଘଟଣାରେ କୌଣସି ଅନ୍ୟ ଦେଶର ନର୍ସ ନାହାନ୍ତି।

   Related Posts