ଆଉ ଏକ ଆତଙ୍କୀ ହମଲାର ଯୋଜନା କରୁଥିଲା ଜୈଶ୍, ସେଥିପାଇଁ ହେଲା ଏୟାର ଷ୍ଟ୍ରାଇକ୍ : ସୁଷମା ସ୍ବରାଜ

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ ୨୭|୨: ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରୁଷ ଏବଂ ଚୀନ୍ ର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଚୀନ୍ ରେ ପହଞ୍ଚିଛନ୍ତି । ଚୀନରେ ଆରମ୍ଭ ହୋଇଥିବା ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେଇଛନ୍ତି ସୁଷମା ସ୍ବରାଜ । ଏହି ତ୍ରିପାକ୍ଷିକ ବୈଠକରେ ପୁଲଓ୍ବାମାରେ ଆତଙ୍କବାଦ ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି ସୁଷମା । ସୁଷମା କହିଛନ୍ତି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜୈଶ୍-ଏ-ମହମ୍ମଦର ହାତ ରହିଛି । ଜୈଶ୍-ଏ-ମହମ୍ମଦ ପାକିସ୍ତାନ ଦ୍ବାରା ହିଁ ପରିଚାଳିତ ହେଉଛି ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ଓ ଋଷିଆ ବୈଦେଶିକ ମନ୍ତ୍ରୀଙ୍କୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସଂପର୍କରେ ଅବଗତ କରିଛନ୍ତି । ଭାରତର ଏୟାର ଷ୍ଟ୍ରାଇକ ପ୍ରସଙ୍ଗ ଉଠାଇ ସୁଷମା କହିଛନ୍ତି ଯେ, ତାଙ୍କର ଗସ୍ତ ଏପରି ସମୟରେ ଅଛି ଯେଉଁ ସମୟରେ ଭାରତୀୟମାନଙ୍କ ମଧ୍ୟରେ ଦୁଃଖ ଓ କ୍ରୋଧ ରହିଛି । ଜାମ୍ମୁକାଶ୍ମୀର ପୁଲଓ୍ବାମାରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ସବୁଠୁ ବଡ ଆକ୍ରମଣ ଥିଲା । ସୁଷମା ସ୍ବରାଜ ମନ୍ତ୍ରୀ କହିଛନ୍ତି ଯେ, ଏବେ ଆତଙ୍କବାଦ ବିରୋଧରେ ସ୍ବର ଉଠାଇବାର ସମୟ ଆସିଛି ।

ସେ ଆହୁରି ମଧ୍ୟ ପିଓକେ ବାଲାକୋଟ୍ ରେ ଭାରତର ଏୟାରଷ୍ଟ୍ରାଇକ୍ ସମ୍ବନ୍ଧରେ ମଧ୍ୟ ଅବଗତ କରାଇଛନ୍ତି । ସୁଷମା କହିଛନ୍ତି ପାକିସ୍ତାନ ଲଗାତର ଭାବେ ଆତଙ୍କୀ ସଂଗଠନକୁ ଆଶ୍ରୟ ଦେଉଛି । ଏ ଭିତରେ ଭାରତକୁ ସୂଚନା ମିଳିଥିଲା ଯେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଭାରତରେ ଆଉ ଏକ ଆତଙ୍କୀ ଆକ୍ରମଣ କରିବାର ଯୋଜନା କରୁଛି । ତେଣୁ ଭାରତ ଭାରତ ଏହାର ଜବାବ ଦେଇଛି । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଠିକଣା ଉପରେ ଆକ୍ରମଣ କରାଯାଇଛି । ଏହି ଏୟାରଷ୍ଟ୍ରାଇକ୍ ଫଳରେ ସାଧାରଣ ଲୋକଙ୍କୁ ଯେପରି କୌଣସି କ୍ଷତି ନପହଞ୍ଚେ ତା ଉପରେ ଧ୍ୟାନ ରଖାଯାଇଥିଲା ।

ବୈଠକରେ ସୁଷମା ସ୍ବରାଜ କହିଛନ୍ତି ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଭାରତୀୟ ଯବାନମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଯାହା ଫଳରେ ୪୦ ଯବାନ ସହିଦ ହୋଇଥିଲେ । ସେ କହିଛନ୍ତି ଯେ, ସମସ୍ତ ଦେଶ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସ ନୀତି ଆପଣାଇ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.