Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସରିଲା ସୁଷମାଙ୍କ ଅନ୍ତିମ ସଂସ୍କାର: ଝିଅ ବାଂଶୁରୀ ସ୍ବରାଜ ଦେଲେ ମୁଖାଗ୍ନି, ସମସ୍ତଙ୍କ ଆଖିରେ ଅଶ୍ରୁ…

7/08/2019 at 6:41 PM

ନୂଆଦିଲ୍ଲୀ୭|୮; ବିଦାୟ ନେଲେ ସୁଷମା । ଦେଶବାସୀଙ୍କର ପ୍ରିୟ ନେତ୍ରୀ ସୁଷମା ସ୍ବରାଜ ଦିଲ୍ଲୀର ଲୋଧି ରୋଡ୍‌ ସ୍ଥିତ ଶ୍ମଶାନରେ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି । ଏହିସହିତ ଅତୀତ ହୋଇଯାଇଛନ୍ତି ସ୍ନେହ ଶ୍ରଦ୍ଧାଦ୍ବାରା ସମସ୍ତଙ୍କୁ ନିଜର କରିନେଇଥିବା ଏହି ବରିଷ୍ଠ ନେତ୍ରୀ । ସୁଷମାଙ୍କ ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।…

ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ସୁଷମା ସ୍ବରାଜ । ଦିଲ୍ଲୀରେ ଆଜି ଯେତେବେଳେ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ବରାଜଙ୍କର ଅନ୍ତିମ ଯାତ୍ରା ଚାଲିଲା ସେତେବେଳେ କେବଳ ଶୋଭାଯାତ୍ରାରେ ସାମିଲ ଲୋକେ ନୁହେଁ ବରଂ ଦେଶବାସୀଙ୍କ ଆଖି ଅଶ୍ରୁଳ ହୋଇପଡ଼ିଥିଲା ।

ଦିଲ୍ଲୀର ଲୋଧି ରୋଡ୍‌ ସ୍ଥିତ ଶବଦାହ କେନ୍ଦ୍ରରେ ତାଙ୍କର ଅନ୍ତିମ ସଂସ୍କାର ବେଳେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଆଉ ଝିଅ ବାଂଶୁରୀ ସ୍ବରାଜ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ଦିଲ୍ଲୀ ସରକାର ତାଙ୍କର ବିୟୋଗରେ ୨ ଦିନର ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି । ଯେତେବେଳେ କାଶ୍ମୀରରୁ ଧାରା ୩୭୦ ଉଠିବା ନେଇ ସାରା ଦେଶ ବିତର୍କରେ ବ୍ୟସ୍ତ ଥିଲା ସେତେବେଳେ ସୁଷମାଙ୍କ ବିୟୋଗ ସତେ ଯେମିତି ସ୍ତବ୍ଧ କରିଦେଇଥିଲା ।

 ଜାମ୍ମୁ କାଶ୍ମୀରକୁ ନେଇ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ସଂଧ୍ୟା ୭ଟା ୨୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ସୁଷମା ସ୍ବରାଜ ଟ୍ବିଟ୍‌ କରିଥିଲେ। ଲେଖିଥିଲେ ଏହାକୁ ମୁଁ ଅପେକ୍ଷା କରିଥିଲି। ଆଉ ଏହାର  କିଛି ଘଣ୍ଟା ପରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ବିଶିଷ୍ଟ ଆଇନଜୀବୀ ହରିଶ ସାଲଭେଙ୍କ ମୃତ୍ୟୁର ମାତ୍ର ୧୦ ମିନିଟ ପୂର୍ବରୁ ସୁଷମାଙ୍କ  ସହିତ ଫୋନରେ କଥା ହୋଇ କହିଥିଲେ।  କୁଲଭୂଷଣ ମାମଲାରେ ଲଢ଼ିବା ପାଇଁ ଯେଉଁ ଟଙ୍କାଟିଏ ଫି’ ସାଲଭେ ପାଇବାର ଥିଲା ତାହାକୁ ନେବା ପାଇଁ ହସି ହସି କଥା ହୋଇଥିଲେ।

ଆଉ ଏହାର କିଛି ସମୟ ପରେ ହିଁ ଅସୁସ୍ଥ ହୋଇପଡ଼ି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ସୁଷମା ସ୍ବରାଜ ।ମାତ୍ର କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ଖବର ଆସିଥିଲା। ଦଳ ମତ ନିର୍ବିଶେଷରେ ସବୁ ଦଳର ନେତା ସ୍ତବ୍ଧ ହୋଇଯାଇଥିଲେ। ତାଙ୍କ ମରଶରୀରର ତାଙ୍କ ବାସଭବନକୁ ଅଣାଯାଇଥିଲା।

ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ତାଙ୍କ ବାସଭବନରପେ ଆଜି ସକାଳେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଭାବୁକ ହୋଇପଡିଥିଲେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ବିଏସ୍‌ପି ନେତ୍ରୀ ମାୟାବତୀ, ଶରଦ ଯାଦବ, ଅଶୋକ ଗେହଲୋଟ, ଅରବିନ୍ଦ କେଜରିୱାଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଶ୍ରଦ୍ଧାଞ୍ଜଳି ଦେବାବେଳେ ସୁଷମାଙ୍କ ମରଶରୀରକୁ ପାର୍ଟି କାର୍ଯ୍ୟାଳୟକୁ ନିଆଯାଇଥିଲା। ବିଜେପି ପତାକା ମର ଶରୀର ଉପରେ ଢଙ୍କାଯାଇଥିଲା। ଶହଶହ ବିଜେପି କର୍ମୀ ସାଧାରଣ ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମସାଲା କିଙ୍ଗ୍‌ ଭାବେ ପରିଚିତ ଏମ୍‌ଡିଏଚ୍‌ କମ୍ପାନୀର ମାଲିକ ଧର୍ମପାଲ ତାଙ୍କ ମୃତଦେହ ନିକଟରେ ବସିଥିବା ବେଳେ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ସେଠାରୁ ଲୋଧିରୋଡ଼ ସ୍ମଶାନକୁ ନିାଯାଇଥିଲା। ପୂରା ରାଷ୍ଟ୍ରୀୟ ମର୍ଯାଦା ଓ ତୋପସଲାମି ସହିତ ତାଙ୍କୁ ବିଦାୟ ଦେଇଥିଲା ଦେଶ। ସୁଷମାଙ୍କ ବିୟୋଗ କେବଳ ଜଣେ ବରିଷ୍ଠ ରାଜନେତା ନୁହେଁ ବରଂ ଜଣେ ଦେଶବାସୀ  ଭଲ ପାଉଥିବା ଜଣେ ପ୍ରିୟ ନେତ୍ରୀଙ୍କୁ ହରାଇଲା ।…

   Related Posts