Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ସୁଷମା ସ୍ୱରାଜ: ଜାଣନ୍ତୁ କାରଣ କଣ

20/11/2018 at 6:16 PM

ଇନ୍ଦୋର ୨୦/୧୧ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ  ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି | ଆଜି ଇନ୍ଦୋରରେ ଏକ ସଭାରେ ସୁଷମା ଏହି ଘୋଷଣା କରିଛନ୍ତି | ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୁଷମା କହିଛନ୍ତି | ନିର୍ବାଚନ କିଏ ଲଢ଼ିବେ କିଏ ନ ଲଢ଼ିବେ ଏଭଳି ନିଷ୍ପତ୍ତି ଦଳ ନେଇଥାଏ ।  କିନ୍ତୁ ଏହି ନିଷ୍ପତ୍ତି ସୁଷମା ନିଜେ ନେଇଛନ୍ତି ବୋଲି ସେ କହିଛନ୍ତି | ସୁଷମା ସ୍ୱରାଜ ମଧ୍ୟପ୍ରଦେଶ ବିଦିସାର ଲୋକସଭା ସଦସ୍ୟ ଅଛନ୍ତି | ଗୋଟେ ସମୟରେ ସେ ଦେଶର ସବୁଠାରୁ  କନିଷ୍ଠ ବିଧାୟିକା  ଏବଂ ସବୁଠାରୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଥିଲେ |

୨୦୦୯ ମସିହା ଏବଂ ୨୦୧୪ ମସିହାରେ ବିଦିସା ଲୋକସଭା ନିର୍ବାଚନ ଜିତିଥିଲେ | ୨୦୧୪ ମସିହାରେ ସୁଷମା କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ସିଂଙ୍କୁ ୪ ଲକ୍ଷ ଭୋଟରେ ହରାଇଥିଲେ | ୧୯୭୭ ମସିହାରେ ପ୍ରଥମେ ସୁଷମା ସ୍ୱରାଜ ନିର୍ବାଚନ ଲଢ଼ିଥିଲେ | ସେତେବେଳେ ତାଙ୍କୁ୨୫ ବର୍ଷ ବୟସ ହୋଇଥିଲା | ହରିୟାଣାର ଅମ୍ବାଲାରୁ ନିର୍ବାଚନରେ ଜିତି ସେ ଦେଶର ସର୍ବ କନିଷ୍ଠ ବିଧାୟିକା ହୋଇଥିଲେ |

୯୦ ଦଶକରେ ସୁଷମା ସ୍ୱରାଜ ରାଜନୀତିରେ ବେଶ ସକ୍ରିୟ ଥିଲେ | ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିଲେ | ୧୯୯୮ ମସିହାରେ ସୁଷମା ସ୍ୱରାଜ ବାଜପେୟୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ | ଏହାପରେ ଦିଲ୍ଲୀରେ ବିଜେପି ସରକାର ହାରିଯିବା ଫଳରେ ସୁଷମା ବିଧାନସଭା ଛାଡି ରାଷ୍ଟ୍ରୀୟ ରାଜନୀତିରେ ଯୋଗ ଦେଇଥିଲେ |

ସୁଷମା ସ୍ୱରାଜ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ପାଇଁ ଏବେ ସବୁଠାରୁ ବଡ ଦ୍ଵନ୍ଦ୍ବ ହେଲା ଯେ,  ରାହୁଲ ଗାନ୍ଧୀଙ୍କୁ ଜନତାଙ୍କ ସାମ୍ନାରେ କିଭଳି ଉପସ୍ଥାପିତ କରାଯିବ | ରାହୁଲ କେବେ ମନ୍ଦିର ଯାଇ ପୂଜାର୍ଚନା କରୁଛନ୍ତି ତ କେବେ ମାନସରୋବର ଯାଉଛନ୍ତି | ଏପଟେ ନିଜକୁ ବ୍ରାହ୍ମଣ ମଧ୍ୟ କହୁଛନ୍ତି |

   Related Posts