Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରାଜ୍ୟସଭା ସାଂସଦ ସୁଶିଲ ମୋଦୀଙ୍କ ସାନ ଭାଇଙ୍କ ନିଧନ, କରୋନରେ ଥିଲେ ପୀଡ଼ିତ

2/05/2021 at 5:03 PM

ପାଟନା ୨/୫: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶିଲ ମୋଦୀଙ୍କ ସାନ ଭାଇ ଅଶୋକ କୁମାରଙ୍କ କରୋନାରେ ନିଧନ ହୋଇଯାଇଛି। ରବିବାର ଅଶୋକ କୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ରବିାବର ଅପରାହ୍ଣ ୨.୪୫ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସୁଶିଲ ମୋଦୀ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସୁଶିଲ ମୋଦୀ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୋ ସାନ ଭାଇ ଅଶୋକ କୁମାର ମୋଦୀ (୬୫ ବର୍ଷ) ଆଜି ପାଟନାରେ ଦ୍ବିପ୍ରହର ୨.୪୫ରେ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ କିନ୍ତୁ ବଞ୍ଚାଇପାରିଲେ ନାହିଁ।’  ଗତବର୍ଷ ସୁଶିଲ ମୋଦୀ ବିହାର ନିର୍ବାଚନ ପ୍ରଚାର ସମୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତବର୍ଷ ଅକ୍ଟୋବର ୨୨ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାପରେ ତାଙ୍କୁ ପାଟନା ଏମ୍ସରେ ଭର୍ତ୍ତି କରାଯାଇଥିଲା। ୨୭ ଅକ୍ଟୋବରରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିଲେ।

ବିହାରରେ ଏବେ ପୁଣି ଥରେ କରୋନା ବେକାବୁ ହୋଇପଡ଼ିଛି । ଦୁଇ ଦିନ ପୂର୍ବରୁ ବିହାର ମୁଖ୍ୟ ସଚିବ ଅରୁଣ କୁମାର ସିଂହ କରୋନରେ ପ୍ରାଣ ହରାଇଥିଲେ। ୧୫ ଏପ୍ରିଲ୍‌ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିହାରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଶନିବାର ଏଠାରେ ୧୩,୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୨ ଜଣଙ୍କ ଜୀବନ ଯାଇଥିଲା।

   Related Posts