Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିହାର ମହାମେଣ୍ଟକୁ ନୂଆ ନାମ ଦେଲେ ସୁଶୀଲ ମୋଦି, କହିଲେ PCF

3/09/2020 at 8:59 PM

ପାଟନା ୩।୯: ବିହାର ବିଧାନସଭା ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ଏଥିରେ ସୁଶୀଲ ମୋଦି ବିହାର ମହାମେଣ୍ଟର ନୂଆ ନାମକରଣ କରି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛନ୍ତି। ସେ ବିହାରର ମହାମେଣ୍ଟର ନାମ ‘ପିସିଏଫ’ ରଖିଛନ୍ତି। ଅର୍ଥାତ ପୋଲିଟକାଲ କରପସନ ଫୋରମ। ଏ ନେଇ ସୁଶୀଲ ମୋଦିଙ୍କ ଟ୍ୱିଟ୍‌ ଏବେ ଭାଇରାଲ ହେବାରେ ଲାଗିଛି।

ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଗୁରୁବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଓ କଂଗ୍ରେସକୁ ଏକକାଳୀନ ଟାର୍ଗେଟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇଯାଇଛି ବିହାରରେ ଏନଡିଏ ବିପକ୍ଷରେ କେବଳ ଦୁଇ ଅଭ୍ୟାସଗତ ଭ୍ରଷ୍ଟାଚାରୀ ଓ ଗୋଟିଏ ପରମ୍ପରାଗତ ବଂଶବାଦୀ ରାଜନୈତିକ ଦଳ ଅଛନ୍ତି।

ଏଥିରୁ ଜନତାଙ୍କୁ ଏବେ ସେମାନେ କାହା ପଟରେ ଯିବେ ନିଷ୍ପତ୍ତି ନେବା ଅଧିକ ସୁବିଧାଜନକ ହେବ । ଯଦି ନ୍ୟାୟ ସହିତ ବିକାଶକୁ ଆଗକୁ ବଢାଇବାକୁ ଲୋକେ ଆଗ୍ରହୀ ହେବେ ତେବେ ସେମାନେ ଏନଡିଏକୁ ନିଶ୍ଚିତ ସ୍ପଷ୍ଟ ମତ ଦେବେ।  ଯଦି କାମ ବଦଳେ ଜମିବିକିବାର ଅଛି ତେବେ ସେମାନେ ନିଶ୍ଚିତ ସେମାନଙ୍କ ଆଡକୁ ଢଳିବେ ଯେଉଁମାନେ ତାଙ୍କୁ ଏପର୍ଯ୍ୟନ୍ତ ଲୁଟି ଚାଲିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ଜିତେନ ରାମ ମାଁଝୀ ଆରଜେଡି ଓ କଂଗ୍ରେସ ଛାଡିବା ପରେ ଏବେ ଆରଜେଡି କଂଗ୍ରେସ ମିଳିତ ପଲିଟାକଲ କରପସନ୍‌ ଫୋରମ (ପିସିଏଫ୍)ରେ ପରିଣତ ହୋଇଛି। ଏଣୁ ଏବେ ଏହାକୁ ମହା ମେଣ୍ଟ କୁହାଯାଇ ନପାରେ ବୋଲି ମୋଦି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

   Related Posts